ଆଜି ଉତ୍ତର ଓଡିଶାରେ ଘଡ଼ଘଡ଼ି ସହ ବର୍ଷା ପବନ ସମ୍ଭାବନା ।

ରାଜ୍ୟରେ ଅଦିନିଆ ଝଡ଼ବର୍ଷା ଜାରି ରହିଛି। ଆଗାମୀ ୨ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ବର୍ଷା ନେଇ ଅରେଞ୍ଜ ଏବଂ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି । ମୟୂରଭଞ୍ଜ, କେନ୍ଦୁଝର ଏବଂ ବାଲେଶ୍ବର ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ଗଞ୍ଜାମ, ଗଜପତି, ଜଗତସିଂପୁର ଏବଂ କଟକକୁ ମଧ୍ୟ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଅରେଞ୍ଜ ଓ୍ବାର୍ନିଂ ଜିଲାରେ ଘଡଘଡି ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ବହିବ। ସେହିପରି ୟେଲୋ ଓ୍ବାର୍ନିଂ ଜିଲାରେ ଘଡଘଡି ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିବ। ଏନେଇ ଜିଲାପାଳମାନଙ୍କୁ ଚିଠି ଲେଖି ଏସ୍‌ଆରସି ସତର୍କ କରାଇଛନ୍ତି।

You might also like