ଅଦିନିଆ ବର୍ଷା କ୍ଷୟକ୍ଷତି। ପାଞ୍ଚ ଦିନ ମଧ୍ୟରେ ଚାଷୀଙ୍କ ପାଖରେ ପହଞ୍ଚିବ ଆର୍ଥିକ ସହାୟତା।

ଅଦିନିଆ ବର୍ଷା କ୍ଷୟକ୍ଷତି। ପାଞ୍ଚ ଦିନ ମଧ୍ୟରେ ଚାଷୀଙ୍କ ପାଖରେ ପହଞ୍ଚିବ ଆର୍ଥିକ ସହାୟତା। ରାଜସ୍ବ ମନ୍ତ୍ରୀ ସୂରେଶ ପୂଜାରୀ ଏନେଇ ସୂଚନା ଦେଇଛନ୍ତି।ଜଳସେଚିତ ଜମିକୁ ହେକ୍ଟର ପିଛା ୧୫ ହଜାର କ୍ଷତିପୂରଣ ଦିଆଯିବା ନେଇ ମନ୍ତ୍ରୀ କହିଛନ୍ତି । ତେବେ ଚାଷୀଙ୍କୁ ପ୍ରଦାନ କରାଯିବ ୨୯୨ କୋଟିର କ୍ଷତିପୂରଣ ରାଶି। ଏହି ଅର୍ଥ ଅନଲାଇନରେ ଜିଲ୍ଳାପାଳମାନଙ୍କୁ ଦିଆ ସରିଲାଣି । ଦୁଇ ଦିନ ହେଲା ସହାୟତା ରାଣି ଚାଷୀଙ୍କୁ ବଣ୍ଟନ ଆରମ୍ଭ ହେଲାଣି। ପାଞ୍ଚ ଦିନ ଭିତରେ ରାଜସ୍ୱ ବିଭାଗର ଅର୍ଥ ରାଶି କ୍ଷତିପୂରଣ ଭାବେ ପହଞ୍ଚିଯିବ।

୧୪ ଜିଲ୍ଲାରେ କ୍ଷତି ହୋଇଥିବା ବେଳେ ୨ ଜିଲ୍ଲାରେ ଆଶିଂକ କ୍ଷତି ମଧ୍ୟ ହୋଇଛି ।ପୁରୀରେ ସର୍ବାଧିକ କ୍ଷତି ହୋଇଥିବା ବେଳେ ତା ପଛକୁ ଗଂଜାମ ଜିଲ୍ଲା ରହିଛି । ଧାନ, ପରିବା, ଚିନାବାଦାମ, କପା ବି ନଷ୍ଟ ହୋଇଛି । ପ୍ରାୟ ୬ ଲକ୍ଷ ୬୬ ହଜାର ୭୨୦ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ସେହିପରି୨ ଲକ୍ଷ ୨୬ ହଜାର ୭୯୧ ହେକ୍ଟର ଚାଷ ନଷ୍ଟ ହୋଇଛି । କ୍ଷତି ସହିଛନ୍ତି ପାଖାପାଖି ୬ ଲକ୍ଷ ୬୬ ହାଜର ୭୨୦ଚାଷୀ। ୨ ଲକ୍ଷ ୨୬ ହଜାର ୭୯୧ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି।

You might also like