ବାଜ୍ୟାପ୍ତି ହେବ ରାଜା ଚକ୍ରର ଅଲିଶାନ ଫାର୍ମହାଉସ୍

ରାଜା ଚକ୍ରଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ। ଏଥିସହିତ ରାଜାଙ୍କ ୩ ସହଯୋଗୀଙ୍କ ଜାମିନ ଆବେଦନ ବି ଖାରଜ ହୋଇଛି। ମାନସ ବାରିକ, ଉତ୍କଳ ଦାସ, ସୁଶାନ୍ତ ସାମଲଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ଜଣପାଡ଼ିଛି। ଅନ୍ୟପକ୍ଷେ ଖୋଲିଲା ରାଜା ଚକ୍ର ଫାର୍ମ ହାଉସ୍ ଗୁମର । ବାଜ୍ୟାପ୍ତି ହେବ ରାଜା ଚକ୍ରର ଅଲିଶାନ ଫାର୍ମହାଉସ୍ । ସିଲ୍ ପରେ ଆରମ୍ଭ ହେଲା ପ୍ରକ୍ରିୟା । ୧୧ ଏକର ପରିମିତ ଜମିରେ ଗଢି ଉଠିଥିବା ଫାର୍ମ ହାଉସ୍ ଉପରେ ଚଢାଉ କରିଥିଲା ଇଓଡବ୍ଲୁ । ସ୍ଥାନୀୟ ପ୍ରଶାସନ ସାହାଯ୍ୟରେ ମାପଚୁପ କରାଯାଇଛି । କେନ୍ଦୁଝର ଗୋପାଳପୁର ମୌଜାରେ ରହିଛି ଏହି ଫାର୍ମ ହାଉସ୍ । ୧୧.୧ ଏକର ମଧ୍ୟରୁ ୩.୫ ଏକର ନିଜ ନାମରେ ଥିବା ବେଳେ ୭.୬ ଏକର ସରକାରୀ ଜମି ମାଡି ବସିଥିଲେ ରାଜା । ସରକାରୀ ଜମିରେ ଚିଲଡ୍ରେନ୍ ପାର୍କ, ଅଲିଶାନ ବଙ୍ଗଳା, ସୁଉଚ୍ଚ ତୋରଣ, ଆମ୍ବ ବଗିଚା, ପୋଖରୀ ସହ ରହିଛି କୋଣାର୍କ ଚକ୍ର, ଅନେକ ଷ୍ଟାଚ୍ୟୁ । ଫାର୍ମହାଉସ୍ ଭିତରେ ବିଳାଶ କଟେଜ୍ ସହ ପାର୍ଟି ହାଉସ୍ ରହିଛି । ଫାର୍ମରେ ବୁଲିବା ପାଇଁ ଅଲ ତେରାନ୍ ବାଇକ୍ । ପୋଖରୀରେ ଖେଳୁଛନ୍ତି ରଙ୍ଗୀନ୍ ମାଛ ।

You might also like