ଓ୍ବାକଫ୍ ଆମେଣ୍ଡମେଣ୍ଟ ଆଇନ ନେଇ ଏବେ ବଢିଲାଣି ବିଜେଡିରେ ବିରୋଧ ।

ଭୁବନେଶ୍ୱର ଫେରି ସସ୍ମିତଙ୍କ ଉପରେ ଗର୍ଜିଲେ ରାଜ୍ୟସଭା ସାଂସଦ ମୁନା ଖାଁ । କହିଲେ. ସଂସଦୀୟ ଗଣତନ୍ତ୍ରରେ ସମର୍ଥନ କିମ୍ବା ବିରୋଧ କରାଯାଏ ନହେଲେ କକ୍ଷତ୍ୟାଗ ଭଳି ନିଷ୍ପତ୍ତି ନିଆଯାଏ । ଆମ ସଂସଦୀୟଦଳ ନେତା ସସ୍ମିତ ବାବୁ ବିବେକ ଅନୁସାରେ ଭୋଟ୍ ଦେବାକୁ କହିବା ସଂସଦ ଇତିହାସରେ ବିରଳ ଘଟଣା । ସେ କହିଛନ୍ତି, ସସ୍ମିତ୍ ନିଜର ମତ ନେଇ କାହା ସହ ଆଲୋଚନା କରିନାହାନ୍ତି । ଟ୍ବିଟ୍ ପକେଇ, ଗଣମାଧ୍ୟମରେ ମଧ୍ୟ ବାଇଟ ଦେଇଛନ୍ତି, ଯେ ସେ ବିଲକୁ ସମର୍ଥନ ଜଣାଇବେ । କିନ୍ତୁ ପୂର୍ବରୁ ଏନେଇ ଦଳୀୟ ସଭାପତିଙ୍କ ନେତୃତ୍ବରେ ଇଫତାର ପାର୍ଟିରେ ଘୋଷଣା ହୋଇଥିଲା, ବିଲକୁ ବିରୋଧ କରିବା ପାଇଁ । ହେଲେ ସେ କାହା ସହ ଆଲୋଚନା ନକରି ଏପରି ନିଷ୍ପତ୍ତି ନେଇଛନ୍ତି ।

ସସ୍ମିତଙ୍କ ଏଭଳି ନିଷ୍ପତ୍ତି ଦଳକୁ ଏବଂ ସଂଖ୍ୟାଲଘୁଙ୍କୁ ଗଭୀର ଆଘାତ ଦେଇଛି । ଟ୍ୱିଟ୍ କରିବା ପରଠୁ ଏଯାଏଁ ତାଙ୍କୁ ମୁଁ ପାଉନି । ସେ ବିଦେଶ ଗସ୍ତରେ ଅଛନ୍ତି ଫେରିଲେ ଉତ୍ତର ଦେବେ କିଏ କହିଲା ତାଙ୍କୁ ସମର୍ଥନ କରିବାକୁ । ମୋର ବିଶ୍ୱାସ ନବୀନ ବାବୁ ୱାକଫ୍ ବିଲକୁ ସମର୍ଥନ କରିବାକୁ କହିନଥିବେ କାରଣ ବିଜୁ ଜନତା ଦଳ ସବୁବେଳେ ଧର୍ମ ନିରପେକ୍ଷତାକୁ ବିଶ୍ୱାସ କରେ । ଅନ୍ୟପଟେ ଏୟାରପୋର୍ଟରୁ ସିଧା ନବୀନ ନିବାସ ଯାଇ, ଓ୍ବାକଫ୍ ସମ୍ବନ୍ଧୀୟ ଅଭିଯୋଗ ଜଣାଇଛନ୍ତି ମୁନା । ଏଥିସହିତ ନବୀନ ତାଙ୍କୁ ଏନେଇ କାର୍ଯ୍ୟନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଛି । ଏଥିସହିତ ସସ୍ମିତଙ୍କୁ ଦଳରୁ ବାହାର କରିବା ନେଇ ଦାବି ହୋଇଥିବା ବେଳେ ଏନେଇ ସେ, ବୁଝିବେ ବୋଲି କହିଚନ୍ତି ।

You might also like