ବିୟର କ୍ୟାନ୍ ଭିତରେ ଏକ ୫ ଫୁଟ ଲମ୍ବର ଢମଣା ସାପ 

ରାଜଧାନୀରେ ଚାଞ୍ଚଲ୍ୟ। ପ୍ରଶାନ୍ତି ବିହାର, ପଟିଆ ଅଞ୍ଚଳରେ ମଙ୍ଗଳା ମନ୍ଦିର ନିକଟରେ ଥିବା ଖାଲି ଜାଗାରେ ବଣ ବୁଦା ଭିତରେ ଏକ ପରିତ୍ୟକ୍ତ ବିୟର କ୍ୟାନ୍ ଭିତରେ ଏକ ୫ ଫୁଟ ଲମ୍ବର ଢମଣା ସାପ ମୁଣ୍ଡ ଭର୍ତ୍ତି କରି ଦେଇଥିଲା। ସ୍ଥାନୀୟ ବାଳକ ମାନେ ଗତକାଲି ସନ୍ଧ୍ୟାବେଳେ ଉକ୍ତ ସାପଟିକୁ ବୁଦା ଭିତରେ ଛଟପଟ ହେବା ଦେଖି ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଉଦ୍ଧାର ପାଇଁ ଫୋନ୍ କରିଥିଲେ।ଖବର ପାଇ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟା ନୀହାରିକା ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ସତର୍କତାର ସହିତ ବୁଦା ଭିତରୁ ଢମଣା ଟିକୁ ଉଦ୍ଧାର କରି ବାହାରକୁ ଆଣିଥିଲେ । ବାସ ତା ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । କ୍ୟାନ୍ କୁ ଭିଡ଼ି କରି ସାପକୁ ବାହାର କଲେ ତାର ବେକ ବା ମୁଣ୍ଡ କଟି ଯିବାର ସମ୍ଭାବନା ଥିଲା ।

ଏଣୁ ସ୍ନେକ୍ ହେଲ୍ପ ଲାଇନର ପୁରୁଖା ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ସହାୟତାରେ, ନୀହାରିକା ମେଟାଲ କଟର ସାହାଯ୍ୟରେ କ୍ୟାନ୍ କୁ କାଟିବା ପରେ ସାପଟି ବନ୍ଧନ ମୁକ୍ତ ହୋଇଥିଲା ।ପାନୀୟ ପିଇ ସାରିବା ପରେ କ୍ୟାନ୍ ଗୁଡ଼ିକୁ ଭଲ ଭାବରେ ନଷ୍ଟ ନକରି ଫିଙ୍ଗି ଦେଲେ, ସେଥିରେ ସାପ ଯଦି ମୁଣ୍ଡ ପୁରେଇ ଦିଏ, ତାର ଜୀବନ ଯିବା ସୁନିଶ୍ଚିତ ବୋଲି କହିଛନ୍ତି ସ୍ନେକ୍ ହେଲ୍ପ ଲାଇନ ସଦସ୍ୟା ନୀହାରିକା ମହାପାତ୍ର।

You might also like