୨୦ହଜାର ସରକାରୀ ଚାକିରିଆ ଫେରାଇଲେଣି ରାସନ କାର୍ଡ ।

ସରକାରୀ ଚାକିରିଆଙ୍କୁ ଏବେ ରାସନ୍‌କାର୍ଡ ଭୟ। ପ୍ରତିମାସ ୫ କିଲୋ ଲେଖାଏଁ ମାଗଣାରେ ନେଉଥିବା ଚାଉଳ ଆଉ ନେଇ ପାରିବେ ନାହିଁ। ଧରାପଡ଼ିଗଲେ ଅସୁବିଧାରେ ପଡ଼ିଯିବାର ଭୟ ରହୁଛି। ସେଥି ପାଇଁ ମାତ୍ର ତିନିଦିନରେ ୨୦ ହଜାର ସରକାରୀ ଚାକିରିଆ ରାସନ୍‌କାର୍ଡ ଫେରାଇସାରିଛନ୍ତି। NFS ନିୟମ ଅନୁସାରେ ଗ୍ରାମୀଣ ଅଞ୍ଚଳରେ ଯାହାର ୧୦ ହଜାର ରୋଜଗାର ଥିବ ସେମାନେ ଫେରାଇବେ ନାହିଁ ରାସନ କାର୍ଡ । ଯାହାର ୧୫ ହଜାର ଉପରେ ରୋଜଗାର ଥିବ ସେମାନେ ଫେରାଇବେ ରାସନ କାର୍ଡ । ଭଲ ଚାକିରି ବା ଭଲ ଦରମା ପାଉଥିବା କର୍ମଚାରୀ ଫେରାନ୍ତୁ ରାସନ କାର୍ଡ ବୋଲି ମନ୍ତ୍ରୀ ଅପିଲ୍ କରିଛନ୍ତି । ବହୁ ଅଯୋଗ୍ୟ ରାସନ୍‌କାର୍ଡ ହାତେଇଥିବା, ଜାଲ୍ ରାସନ୍‌କାର୍ଡ ହିତାଧିକାରୀ ଓ ମୃତକଙ୍କ ନାଁରେ ଏବେବି ରାସନ୍ ଉଠାଯାଉଥିବା ସନ୍ଦେହରେ ନୂଆ ସରକାର ଗତବର୍ଷ ଅଗଷ୍ଟ ୨୨ ତାରିଖ ଠାରୁ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ପ୍ରକ୍ରିୟା ୨୦୨୫ ଫେବ୍ରୁଆରି ୧୫ରେ ଶେଷ ହେବ ବୋଁଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗତକାଲି କହିଛନ୍ତି।

You might also like