RCBର ଭିକ୍ଟ୍ରି ପରେଡ୍ ପାଇଁ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା
ଷ୍ଟାଡିୟମ ବାହାରେ ବଡ଼ ଅଘଟଣ। ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା। RCBର ଭିକ୍ଟ୍ରି ପରେଡ୍ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ବଡ଼ ଅଘଟଣ। ଦଳାଚକଟାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା। ପାଖାପାଖି ୫୦ରୁ ଅଧିକ ଜଣ ଆହତ ହୋଇଥିବା କୁହାଯାଉଛି।ମୃତ୍ୟୁ ସଂଖ୍ୟା ଆଗକୁ ବଢିବାର ଆଶଙ୍କା ରହିଛି।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋର (RCB)ର ବିଜୟ ପରେଡ୍ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୫:୦ ଟାରେ ଆରମ୍ଭ ହୋଇଥିଲା। ଖେଳାଳିମାନେ ଅପରାହ୍ନ ୪:୦୦ ଟାରେ ବିଧାନସୌଧରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଆଇପିଏଲ ବିଜେତା RCB ଟିମ୍କୁ ସ୍ବାଗତ କରିବା ପାଇଁ ପ୍ରବଳ ଭିଡ ଥିଲା।ଏହି ସମୟରେ ବେଙ୍ଗାଲୁରୁରେ ବିଧାନସୌଧ ଆଗରେ କ୍ରିକେଟ ପ୍ରେମୀ ମାନେ ଭିଡ଼ ଜମାଇଥିଲେ।ବହୁତ ସଂଖ୍ୟାରେ କ୍ରିକେଟ୍ ଫ୍ୟାନ୍ ଭିଡ଼ ଜମାଇବାରୁ ଚିନ୍ନାସ୍ବାମୀ ଷ୍ଟାଡିୟମ୍ ବାହାରେ ଦଳାଚକଟା ହୋଇଥିଲା। ଏହାକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସର ଲାଠି ଚାର୍ଜ ହୋଇଥିଲା।
