ଖସିଲା ରେପୋ ରେଟ୍‌, କମିବ ଋଣ ଇଏମଆଇ

ଆୟ କର କୋହଳ ପରେ ମଧ୍ୟବିତ୍ତଙ୍କୁ ଆଉ ଏକ ବଡ ଉପହାର ମିଳିଛି। ୫ ବର୍ଷ ପରେ ରେପୋ ରେଟ୍‌ ହ୍ରାସ ପାଇଛି। ପୂର୍ବରୁ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ମେ ‘ ୨୦୨୦ରେ ରେପୋ ହାର ହ୍ରାସ କରିଥିଲା । କିନ୍ତୁ ଏହାପରେ ଏହାକୁ ଧୀରେଧୀରେ ୬.୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ଶେଷ ଥର ପାଇଁ ଫେବୃଆରୀ ୨୦୨୩ରେ ରେପୋ ହାର ବୃଦ୍ଧି କରାଯାଇଥିଲା। ଏମପିସି(ମନିଟାରୀ ପଲିସି କମିଟି) ବୈଠକ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଘୋଷଣା କରିଛନ୍ତି ଯେ, ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ହ୍ରାସ କରାଯାଇଛି।

ଏବେ ରେପୋ ହାର ୬.୫୦ରୁ ୬.୨୫କୁ ହ୍ରାସ କରାଯାଇଛି । । ରେପୋ ହାର ହ୍ରାସ ପରେ, ଋଣଗ୍ରହିତାଙ୍କ ଋଗଓ ଏବେ ହ୍ରାସ ପାଇବ । ଜଈଓ ଗଭର୍ଣ୍ଣର କହିଥିଲେ ଯେ ବିଶ୍ୱ ଅର୍ଥନୀତି ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି । ସେହି ସମୟରେ, ବିଶ୍ୱ ସ୍ତରରେ ମୁଦ୍ରାସ୍ଫୀତି ମଧ୍ୟ ବୃଦ୍ଧି ପାଉଛି । ଫେଡେରାଲ ରିଜର୍ଭ ବ୍ୟାଙ୍କ ଦ୍ୱାରା ମଧ୍ୟ ହାର ହ୍ରାସ କରାଯାଉଛି । ମୁଦ୍ରାସ୍ପୀତି ମଧ୍ୟ ବୃଦ୍ଧି ପାଉଛି । ଯାହାଦ୍ୱାରା ସମଗ୍ର ବିଶ୍ୱର ଅର୍ଥନୀତି ପ୍ରଭାବିତ ହେଉଛି । ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ହୋଇଛି । ଏଣୁ ରିଜର୍ଭ ବ୍ୟାଙ୍କ ଆଗରେ ଅନେକ ବଡ଼ ଚ୍ୟାଲେଞ୍ଜ ରହିଛି । ତିନି ଦିନିଆ ବୈଠକ ପରେ ଆରବିଆଇ ଗଭର୍ଣ୍ଣର ସୁଧ ହାର ଉପରେ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି।

You might also like