ଫସଲବୀମା ନେଇ ବୀମା କମ୍ପାନୀ ଚାଷୀଙ୍କୁ ହଇରାଣ କଲେ କଡା ଆକ୍ସନ ନେବେ ସରକାର । 

ଫସଲ ବୀମା ନେଇ ବୀମା କମ୍ପାନୀଙ୍କୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କଡ଼ା ଚେତାବନୀ । ଚାଷୀଙ୍କୁ ହଇରାଣ କଲେ କି ଟାଳଟୁଳ ନୀତି ଦେଖାଇଲେ କଡା ଆକ୍ସନ ନେବେ ସରକାର । ମନ୍ତ୍ରୀ କହିଲେ ଫସଲବୀମା ନିୟମ କମ୍ପାନୀ ଲାଭ ପାଇଁ ନୁହେଁ । ଏସମୟରେ ବୀମା କମ୍ପାନୀ ମାନେ ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ହେବା ଦରକାର ।୨୮ ତାରିଖରେ ରାଜସ୍ୱ କୃଷି ସମବାୟ ସହ ଅନ୍ୟ ବିଭାଗ ବୈଠକ ରହିଛି । କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ । ତାପରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥିତି ନେଇ ଅବଗତ କରାଯିବ ।

ଯଦି କିଏ ସର୍ଭେରୁ ବାଦ୍‌ ପଡ଼ିଥିବେ ତାହେଲେ ରାଜସ୍ବ ବିଭାଗ ନିକଟରେ ଅଭିଯୋଗ ବି କରିପାରିବେ । ସରକାର ଅତି ସମ୍ବେଦନଶୀଳତା ସହ ସ୍ଥିତି ଉପରେ ନଜର ରଖିଛନ୍ତି । ୨୪ ତାରିଖ ଯାଏ ୨୦ ହଜାର ରୁ ଅଧିକ ଚାଷୀ ବୀମା ପାଇଁ ଆବେଦନ କରି ସାରିଲେଣି । ସେମାନଂକୁ ବୀମା ପ୍ରଦାନ ନେଇ ବୀମା କମ୍ପାନୀ ଗୁଡିକ ଆଇନ ଅନୁଯାଇ କାମ କରିବା ଦରକାର ପୂର୍ବ ଭଳି ବେଲାଇନ ହେଲେ ସରକାରଙ୍କ ପାଖରେ ବହୁତ ଅସ୍ତ୍ର ଅଛି ସେମାଙ୍କୁ ଲାଇନକୁ ଆଣିବାକୁ ଇନ୍ସୁରାନ୍ସ କମ୍ପାନୀ ସହ କୃଷି ବିଭାଗ ଦୁଇଟି ମିଟିଙ୍ଗ କରି ସାରିଲାଣି ବୋଲି ମନ୍ତ୍ରୀ କହିଛନ୍ତି ।

You might also like