ସଲମାନ ଖାନଙ୍କ ଘର ‘ଗାଲାକ୍ସି ଆପାର୍ଟମେଣ୍ଟ’ର ବଢ଼ିଲା ସୁରକ୍ଷା

ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଘରର ଛବି ବଦଳି ଯାଇଛି । କହିବାକୁ ଗଲେ, ଘରର ସୁରକ୍ଷା ଏବେ ବଢ଼ାଇ ଦିଆଯାଇଛି । ସଲମାନଙ୍କ ଜୀବନ ପ୍ରତି ଥିବା ବିପଦକୁ ନଜରରେ ରଖି ତାଙ୍କ ବାଲକୋନିକୁ ବୁଲେଟପ୍ରୁଫ୍ କରି ଦିଆଯାଇଛି । ଏହାର କିଛି ଫଟୋ ସାମ୍ନାକୁ ଆସିଛି ।ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନଙ୍କୁ Y+ ସୁରକ୍ଷା ଯୋଗାଇ ଦିଆଯାଇଛି।

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ସଲମାନଙ୍କ ଘର ସମ୍ମୁଖରେ ପୁଣିଥରେ ସନ୍ଦିଗ୍ଧ ଗତିବିଧି ଦେଖାଦେଇଛି। ତାସହ ନିକଟରେ ଖୋଲାଖୋଲି ଭାବେ ସଲମାନଙ୍କୁ ହତ୍ୟା ଧମକ ଦେଇଥିଲେ ଜେଲରେ ବନ୍ଦୀ ଥିବା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋୟୀ। ସଲମାନଙ୍କ ବେଶ୍ ନିକଟତର ବନ୍ଧୁ ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗତବର୍ଷ ୧୨ ଅକ୍ଟୋବରରେ ଗୁଳି କରି ହତ୍ୟା କରାଯାଇଥିଲା। ଏହାପରେ ସଲମାନଙ୍କ ସୁରକ୍ଷା ବଢ଼ିଛି। ତାଙ୍କୁ Y+ ସୁରକ୍ଷା ଯୋଗାଇ ଦିଆଯାଇଛି।ଅଭିନେତା ପ୍ରତିବର୍ଷ ଏହି ବାଲକୋନିରୁ ଫ୍ୟାନମାନଙ୍କୁ ଇଦ୍ ଅବସରରେ ନଜର ଆସନ୍ତି । କିନ୍ତୁ ଏବେ ଗ୍ଲାସ୍ ଲାଗିଯାଇଥିବାରୁ ଲାଗୁଛି, ଚଳିତ ବର୍ଷର ଦୃଶ୍ୟ ଅଲଗା ରହିବ । କହି ରଖୁଛୁ, ଏହି ଘରେ ସଲମାନ ଖାନ ତାଙ୍କର ପୂରା ପରିବାର ସହିତ ରହୁଛନ୍ତି ।

You might also like