ଜାନୁୟାରୀ ୧୮ରେ ହେବ ପକ୍ଷୀ ଗଣନା

ଜାନୁଆରୀ ୧୮ରେ ପକ୍ଷୀ ଗଣନା । ୧୬ରୁ ଆରମ୍ଭ ହେବ ପକ୍ଷୀ ଗଣନା ପ୍ରକ୍ରିୟା । ଚଳିତ ବର୍ଷ ସାରା ରାଜ୍ୟରେ ଗୋଟିଏ ଦିନରେ ହିଁ ପକ୍ଷୀ ଗଣନା କରାଯିବ । ଏଥର ଗଣନାରେ ଫ୍ଲେମିଙ୍ଗୋର ଟ୍ରାକିଂ କରାଯିବ । ସାଟେଲାଇଟ୍ ଟ୍ରାକିଂ ରିଙ୍ଗ ଲଗାଗଲେ ପକ୍ଷୀ ସାଇବେରିଆରୁ ଆସୁଛନ୍ତି ନା ଆଉ କେଉଁ ଦେଶରୁ ଆସୁଛନ୍ତି,ତାହା ସହଜରେ ଅନୁଧ୍ୟାନ କରିହେବ । ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ପ୍ରେମ କୁମାର ଝା ।

ଚିଲିକା ହ୍ରଦକୁ ଶୀତ ଋତୁରେ ସାଧାରଣତଃ ବିଦେଶାଗତ ପକ୍ଷୀମାନେ ଚିଲିକାର ଚତୁପାର୍ଶ୍ଵରେ ଥିବା ଜଳାଶୟ ଯଥା ମଙ୍ଗଳାଯୋଡି, ଭୁଷଣ୍ଡପୁରୁ, ବାଲିପାଟପୁର, ନଇରି, ବଉଳାବନ୍ଧ, ବଡଗୋଠ, ଟୁଆଗମ୍ଭାରୀ, ଗୁରୁବାଇ, ସିପିଆ, ନଳବଣ, ମଧୁରଚୁଆ, ସମଲନାସୀ, ପାଣ୍ଡାନାସୀ, ପଞ୍ଚକୁଦୀ, ସୁନନ୍ଦା ଓ କାଲୁରୀ ଅଞ୍ଚଳରେ ଥିବା ଜଳାଶୟ ମାନଙ୍କରେ ଦେଖାଯାଇଥାନ୍ତି ।

You might also like