ଶିବାନନ୍ଦ ଶତବାର୍ଷିକୀ ଆବାସିକ ବିଦ୍ୟାଳୟ ପରିସରରେ ଯୈାନ କେଳେଙ୍କାରୀ

ଖଣ୍ଡଗିରି ସ୍ଥିତ ଶିବାନନ୍ଦ ଶତବାର୍ଷିକୀ ଆବାସିକ ବିଦ୍ୟାଳୟ ରେ ନିକଟରେ  ଛାତ୍ର ମାନଙ୍କୁ ନୃଶଂସ ଭାବରେ ମାଡ଼ ମରାଯାଉଥିବା ଘଟଣା ଚର୍ଚ୍ଚାରେ ଥିବାବେଳେ ଆଜି ଆଉ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି।ସ୍କୁଲ ପରିସରରେ ଛାତ୍ର ମାନଙ୍କୁ ଯୈାନ ନିର୍ଯାତନା ଦିଆଯାଉଥିବା ଖବର ପ୍ରଘଟ ହୋଇଛିା ସ୍କୁଲ୍ ର ଜୈନକ ଛାତ୍ର ରାଷ୍ଟ୍ରୀୟ ଅଭିଭାବକ ମହାସଂଘ ର ସଭାପତି ଶ୍ରୀ ଭୁମୋହନ ପଟ୍ଟନାୟକ ଙ୍କୁ ଏହି ବିଷୟରେ ଜଣାଇ ଥିଲା, ତତ୍ ସହିତ ଭୁବନେଶ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ମଧ୍ୟ ଜଣାଇଥିଲା,

ଖବର ପାଇ ଶ୍ରୀ ପଟ୍ଟନାୟକ ଏବଂ ଶିକ୍ଷା ଅଧିକାରୀ ସ୍କୁଲ୍ ପରିସରରେ ପହଞ୍ଚି ପିଡିତ ଛାତ୍ରକୁ ଠାବ କରିବା ସହ ଘଟଣା ସଂପର୍କରେ ବିସ୍ମୃତ ବିବରଣୀ ନେବାପରେ ଘଟଣାର ସତ୍ୟତା ଜାଣିବାପରେ ଜାଣିବାକୁ ପାଇଲେ ଯେ ବିଦ୍ୟାଳୟ ପରିସରରେ ଏହିଭଳି ଘୃଣ୍ୟ କାର୍ଯ୍ୟ ବହୁ ଛାତ୍ରଙ୍କ ସହ ଘଟୁଛି କିନ୍ତୁ କଡ଼ା ଶାସନ ଆଳରେ ଏହା ବାହାରକୁ ପ୍ରଘଟ ହେଉନି,ପିଡିତ ଛାତ୍ର ସହ ବାରମ୍ବାର ଏହିଭଳି ଘୃଣ୍ୟ କାର୍ଯ୍ୟ କରାଯାଇଛି ବୋଲି ଶିକ୍ଷା ଅଧିକାରୀ ତାଙ୍କ ତଦନ୍ତ ସମୟରେ ଜାଣିବାକୁ ପାଇଲେ, ସବୁଠାରୁ ଉଲ୍ଲେଖଯୋଗ୍ୟ କଥା ବିଦ୍ୟାଳୟ ଅଧ୍ୟକ୍ଷ ଏସଂପର୍କରେ ଅବଗତ ଥାଇ ମଧ୍ୟ ଏହାକୁ ଚପାଇ ଦେବାକୁ ସଂପୂର୍ଣ୍ଣ ଚେଷ୍ଟା କରିଥିଲେ ଏବଂ ସଂପୃକ୍ତ ଶିକ୍ଷକଙ୍କୁ ସୁରକ୍ଷା ଦେଇ ବିଦ୍ୟାଳୟ ରୁ ଯିବାକୁ ସୁଯୋଗ ଦେଇଥିଲେ ଏବଂ ପିଡିତ ଛାତ୍ରକୁ ଏହି ଘଟଣା ବିଷୟରେ କାହାକୁ ନଜଣାଇବାକୁ କହିଥିଲେ,ତଦନ୍ତ ସମୟରେ ଏ ସମସ୍ତ ଘଟଣା ଶିକ୍ଷା ଅଧିକାରୀ ଅବଗତ ହେଲେ। ଘଟଣା ସମ୍ପର୍କରେ ମହାସଂଘ ସଭାପତି ଶ୍ରୀ  ପଟ୍ଟନାୟକ ତୁରନ୍ତ ଖଣ୍ଡଗିରୀ ଥାନା ଅଧିକାରୀ ଙ୍କୁ ଅବଗତ କରିବା ସହ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ର ଅଧ୍ୟକ୍ଷା ଶ୍ରୀମତି ମନ୍ଦାକିନୀ କର ଙ୍କୁ ଅବଗତ କରିବା ସହ ଆବଶ୍ୟକ ଦୃଢ ପଦକ୍ଷେପ ନେବାକୁ ବିଧିବଦ୍ଧ ଭାବରେ ଚିଠି ଦ୍ବାରା ଅଭିଯୋଗ ଜଣାଇଛନ୍ତି। ସରକାରଙ୍କ ପ୍ରଦତ୍ତ ଜମିରେ ଆଧ୍ୟାତ୍ମିକ ଶିକ୍ଷା ଆଳରେ ଏହିଭଳି ଘୃଣ୍ୟ ଘଟଣା ଘଟିବା କୁ ରାଷ୍ଟ୍ରୀୟ ଅଭିଭାବକ ମହାସଂଘ ତରଫରୁ ଦୃଢ ବିରୋଧ କରାଯିବା ସହ ଦୋଷୀ କୁ ଉପଯୁକ୍ତ ଦଣ୍ଡ ଦେବାପାଇଁ ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି।

You might also like