ଦୁବାଇରେ’ତୌବା ତୌବା’ ଗୀତ ଗାଇ ନାଚିଲେ ଆଶା ଭୋସଲେ

ବର୍ଷୀୟାନ ଗାୟିକା ଆଶା ଭୋସଲେ ୯୧ ବର୍ଷ ବୟସରେ ତାଙ୍କ ସଙ୍ଗୀତ ଓ ନୃତ୍ୟର ଯାଦୁରେ ଦର୍ଶକଙ୍କୁ ମୁଗ୍ଧ କରିଛନ୍ତି । ଦୁବାଇର ଲିଗାସି କନସର୍ଟରେ ଗତକାଲି ଆଶା ଗାଇଥିବା ଗୀତ ତୌବା ତୌବା ଇଣ୍ଟରନେଟ୍‌ରେ ଭାଇରାଲ ହୋଇଛି । କେବଳ ସେତିକି ନୁହେଁ, ଏହି ଗୀତ ଗାଇବା ଓ ନାଚିବାର ‌ଶୈଳୀ ଦର୍ଶକ ଓ ପ୍ରଶଂସକମାନଙ୍କୁ ମତୁଆଲା କରିଛି , ତାଙ୍କର ୮୧ ବର୍ଷର କ୍ୟାରିଅରରେ ସେ ଏପର୍ଯ୍ୟନ୍ତ ୧୬,୦୦୦ ଗୀତକୁ ନିଜ ସ୍ୱର ସହିତ ସଜାଇଛନ୍ତି । ହିନ୍ଦୀ ବ୍ୟତୀତ ସେ ମରାଠୀ, ବଙ୍ଗାଳୀ, ଗୁଜରାଟୀ, ପଞ୍ଜାବୀ, ଭୋଜପୁରୀ, ତାମିଲ, ମାଲାୟାଲମ୍, ଇଂରାଜୀ ଏବଂ ଋଷିରେ ମଧ୍ୟ ଗୀତ ଗାଇଛନ୍ତି।

ତେବେ ଆଶା ଗାଇଥିବା ଗୀତ ତୌବା ତୌବା ଇଣ୍ଟରନେଟ୍‌ରେ ଭାଇରାଲ ହେବା ପରେ ଏହି ଭିଡିଓକୁ ଇଣ୍ଟରନେଟ୍‌ର ‘ଭିଡିଓ ଅଫ ଦି ଡେ’ ବୋଲି କୁହାଯାଇଛି । ଧଳା ରଙ୍ଗର ଶାଢ଼ି ପିନ୍ଧି ସେ ଏହି ଗୀତ ଗାଇଥିଲେ। ଆଶାଙ୍କ ପ୍ରଦର୍ଶନ ଦେଖିବା ପରେ ବୟସ ଏକ ସଂଖ୍ୟା ବୋଲି ଜଣେ ପ୍ରଶଂସକ ମତ ଦେଇଛନ୍ତି । କରନ ‌ଔଜଲା ଏକ ଲମ୍ବା ପୋଷ୍ଟ କରି ଆଶାଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ ଲେଖିଛନ୍ତି ଆଶା ଭୋସଲେଜୀ, ସଙ୍ଗୀତର ଜୀବନ୍ତ ଦେବୀ ଏବେ ତୌବା ତୌବା ଗୀତ ଗାଇଛନ୍ତି ।

You might also like