ବରଯାତ୍ରୀ ପ୍ରୋସେସନରେ ସାପକୁ ଧରି ନାଗିନ ଡାନ୍ସ ।

ଭଦ୍ରକ ଜିଲ୍ଲାର ଧାମରା ବ୍ଲକ ଅନ୍ତର୍ଗତ ଛେଡକା ଗ୍ରାମରେ ଏକ ବିବାହ ଶୋଭାଯାତ୍ରାରେ ତିନୋଟି ଜୀବନ୍ତ ନାଗ ପ୍ରଦର୍ଶନକୁ ନେଇ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି।୩ଟି ଜୀବନ୍ତ ନାଗ ସାପ ପେଡ଼ିରୁ ମୁଣ୍ଡ ଟେକିଛନ୍ତି । ମଝିରେ ମଝିରେ ଚୋଟ ମାରିବା ପାଇଁ ଉଦ୍ୟମ କରୁଛନ୍ତି । ଆଉ ସେହି ପେଡ଼ିକୁ କେତେବେଳେ ମୁଣ୍ଡ ଉପରେ ତ ଆଉ କେତେବେଳେ ହାତରେ ଧରି ଡ୍ୟାନ୍ସ କରୁଛନ୍ତି ଜଣେ କିନ୍ନର ଓ ଅନ୍ୟ ଜଣେ ବ୍ୟକ୍ତି । ଏପରିକି ନାଗ ସାପକୁ ହାତରେ ବି ଧରି ନାଚୁଛନ୍ତି ବ୍ୟକ୍ତି ଜଣଙ୍କ । ଅନ୍ୟ ନାଗ ସାପଟି ଢୋଲ ଉପରେ ପେଡିରେ ଫଣା ଟେକି ରହିଛି । ସୂଚନା ଅନୁଯାୟୀ, ବରଯାତ୍ରୀ ପ୍ରୋସେସନ ସମୟରେ ପ୍ରଦର୍ଶିତ ନାଗଗୁଡ଼ିକୁ ପରେ ଉଦ୍ଧାର କରାଯାଇଥିଲା। ଯେଉଁଠାରେ ସାପକୁ ଧରି ଲୋକପ୍ରିୟ ‘ନାଗିନ’ ଗୀତର ତାଳେ ତାଳେ ନୃତ୍ୟ କରିଥିଲେ। ଖବର ପାଇବା ପରେ ଭଦ୍ରକ ବନ୍ୟପ୍ରାଣୀ ଡିଭିଜନର ଏକ ଟିମ୍ ଚାନ୍ଦବାଲି ରୋଡର ଉଗ୍ରତାରା ଛକ ନିକଟରେ ଚାଲିଥିବା ପ୍ରସେସନକୁ ଅଟକାଇଥିଲେ।

ପରେ ତିନୋଟି ନାଗକୁ ଉଦ୍ଧାର କରାଯାଇ ସେମାନଙ୍କ ଅଲଗା ଅଲଗା ପିଞ୍ଜରାରେ ରଖାଯାଇଛି। ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ କେହି ଗିରଫ ହୋଇନାହାନ୍ତି। କେଉଁଠାରୁ ଏହି ନାଗସାପ ଗୁଡ଼ିକ ଆଣଯାଇଥିଲା ଏବଂ ସେମାନଙ୍କୁ ନଚାଉଥିବା ବ୍ୟକ୍ତିଙ୍କୁ ବନ ବିଭାଗ କାହିଁକି ଛାଡ଼ିଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ବନ ବିଭାଗ ସାପ ଉଦ୍ଧାର କରିଥିବା ବେଳେ କାହିଁକି ଏପର୍ଯ୍ୟନ୍ତ ମାମଲା ରୁଜୁ କରାଯାଇନାହିଁ ସୃଷ୍ଟି ହୋଇଛି ପ୍ରଶ୍ନ । ତେବେ ବନ୍ୟପ୍ରାଣୀ ବିଶେଷଜ୍ଞ କହିଛନ୍ତି ଯେଉଁମାନେ ଏଥିରେ ସଂପୃକ୍ତ ସମସ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ।

You might also like