ବଦଳିବ ପରିକ୍ରମା ପ୍ରକଳ୍ପ ଡିଜାଇନ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍‌ ପରିବର୍ତ୍ତନ ହେବ । ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।‘ପୁରୁଣା ଡିଜାଇନ ସହ ଆଉ କିଛି ଆଡ୍‌ କରି ନୂଆ ଡିଜାଇନ ହେବ’ । ଲୋକଙ୍କ ଧାର୍ମୀୟ ଭାବନା ଜଡ଼ିତ ଥିବାରୁ ବିଚାରବିମର୍ଶ ଚାଲିଛି । କୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ମଣ୍ତପ ପାଇଁ ବି ବ୍ୟବସ୍ଥା ହେବ । ଏନେଇ ଦୁଇ ତିନି ମାସ ମଧ୍ୟରେ କାମ ଆରମ୍ଭ ହେବ ।ସେହିପରି ନୂଆବର୍ଷରେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ନାଟ ମଣ୍ଡପ ଗରୁଡ଼ ସ୍ତମ୍ଭଠୁ ଆରମ୍ଭ କରି ବାହାର କାଠ ପର୍ଯ୍ୟନ୍ତ ଯେ କୌଣସି ସ୍ଥାନରେ ଠିଆ ହେଲେ ବି ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ କିପରି କରାଯିବ ସେ ନେଇ ବ୍ୟବସ୍ଥା ହୋଇଛି । ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ।

ଠେଲା ପେଲା ହୋଇ କୌଣସି ଶ୍ରଦ୍ଧାଳୁ ଫେରିବେନି।ଆସନ୍ତା ଇଂରାଜୀ ନୂଆ ବର୍ଷରେ ଶ୍ରୀ ମନ୍ଦିରରେ ଦର୍ଶନପାଇଁ ନୂଆ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି ଶ୍ରୀ ମନ୍ଦିର ପ୍ରଶାସନ । ନାଟ ମଣ୍ଡପ ଭିତରେ ଭକ୍ତଙ୍କ ପାଇଁ ହେବ କାଠର ବ୍ୟାରିକେଡ । ସେଥିରେ ରହିବ ରାମ୍ପର ବ୍ୟବସ୍ଥା । ଭିତର ଭିଡ ନିୟନ୍ତ୍ରଣ ପାଇଁ ଲାଗୁ ହେବ ନୂଆ ଦର୍ଶନ ବ୍ୟବସ୍ଥା । ନାଟମଣ୍ଡପରେ ୬ ଥାକିଆ ଦର୍ଶନ ବ୍ୟବସ୍ଥା ଉପରେ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱ ଦେଇଛି ।

You might also like