ଶ୍ରୀମନ୍ଦିରରେ ଆସନ୍ତାକାଲି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ

ଆସନ୍ତାକାଲି ତା୧୫.୧.୨୦୨୫ରିଖ, ବୁଧବାର ମାଘ:କୃଷ୍ଣ ଦ୍ୱିତୀୟା ତିଥି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଘ.୫.୦୦ ଟିକା ଠାରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।ଶ୍ରୀଜୀଉମାନଙ୍କର ମୁଖଶ୍ରୀର ପ୍ରସାଧନ ବା ବନକ ଲାଗି ପ୍ରତିମାସରେ ହାରାହାରି ଦୁଇଥର ହୋଇଥାଏ।

ବନକ ଲାଗି ରୀତି ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନଙ୍କଦ୍ୱାରା କରାଯାଇଥାଏ। ନିୟମ ଅନୁଯାୟୀ ବୁଧବାର ଦିନ ବନକ ଲାଗି ହୋଇଥାଏ। ଦି’ପ୍ରହର ଧୂପ ସରିବାପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ।ନୂଆବର୍ଷ ସାଙ୍ଗକୁ ଏବେ ନାନା ପର୍ବ ପର୍ବାଣି ଏବଂ ମକର ସଂକ୍ରାନ୍ତି ଥିବାରୁ ଶ୍ରୀମନ୍ଦିରରେ ଅନେକ ଶ୍ରାଦ୍ଧଳୁଙ୍କର ଭିଡ଼ ଲାଗୁଛି। ତେଣୁ ମହାପ୍ରଭୁଙ୍କର ରୀତିନୀତି ପାଇଁ 5 ଘଣ୍ଟା ଦର୍ଶନ ବନ୍ଦ ହେଲେ ଅନେକ ଭକ୍ତଙ୍କୁ ନିରାଶ ହେଇ ଫେରିବାକୁ ପଡିପାରେ।

You might also like