ଭିମସାରକୁ ୭ ଦିନର ମହଲତ ଦେଲା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ।

ଭିମସାରକୁ ୭ ଦିନର ମହଲତ ଦେଲା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ସାତ ଦିନ ଭିତରେ ଫାଇନ ସହ ନିୟମ ମାନିବାକୁ ତାଗିଦ୍ । ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଚରମବାଣି । ପ୍ରଦୂଷଣ ନିୟମର ସାଂଘାତିକ ଉଲଂଘନ ଅଭିଯୋଗ ହେବା ପରେ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ବୁର୍ଲା ଭିମ୍‌ସାରକୁ ୧୧ ଲକ୍ଷ ଟଙ୍କା ଫାଇନ୍‌ କରିଥିଲା। ଏହାସତ୍ତ୍ୱେ କୌଣସି ପଦକ୍ଷେପ ନ ନେବାରୁ ରାଜ୍ୟ ପ୍ରଦୂଷଣ ବୋର୍ଡ ଭିମସାର କର୍ତ୍ତୃପକ୍ଷଙ୍କ କଡ଼ା ଭର୍ସନା କରିଛନ୍ତି।

ଏ ସମ୍ପର୍କରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଚିଠିସଂଖ୍ୟା ୧୯୭୨୩ ତା ୨/୧୨/୨୦୨୪ ଅନୁସାରେ ଭିମ୍‌ସାର୍ ମେଡିକାଲ ଅଧ୍ୟକ୍ଷକଙ୍କୁ ଚିଠିଦେଇ ଜଳ ପ୍ରଦୂଷଣ ଅଧିନିୟମ ୧୯୭୪ ଓ ବାୟୁ ପ୍ରଦୂଷଣ ଅଧିନିୟମ ୧୯୮୧କୁ ଉଲଂଘନ କରିଥିବାରୁ ଭିମ୍‌ସାର କର୍ତ୍ତୃପକ୍ଷଙ୍କ ସମାଲୋଚନା କରିଛନ୍ତି। ଏଥିରେ ଇନସିନେରେଟର ଅପଗ୍ରେଡ ନହେବା, କସନ ଚେମ୍ବର ତାପମାତ୍ରା ଅଧିକ ରହିବା, ଡିସପ୍ଲେ ବୋର୍ଡ ନଦେବା ପରି ଭୁଲକୁ ଧରିଥିଲେ ପ୍ରଦୂଷଣ ବୋର୍ଡ ।

You might also like