ଆଜିଠୁ ରାଜ୍ୟର ସବୁ ପଞ୍ଚାୟତରେ ସୁଭଦ୍ରା ରାଲି ଆରମ୍ଭ ହେବ ।
ବ୍ରହ୍ମପୁରରେ ଆଜି ଆରମ୍ଭ ହୋଇଛି ସୁଭଦ୍ରା ରାଲି। ଆଜିଠୁ ରାଜ୍ୟର ସବୁ ପଞ୍ଚାୟତାରେ ହେବ ସୁଭଦ୍ରା ରାଲି। ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଓ ଛାତ୍ରୀ ଏହି ରାଲିରେ ସାମିଲ ହୋଇଛନ୍ତି। ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ପର୍ଯ୍ୟନ୍ତ ରାଲି ଚାଲିବ। ମହିଳା ସଶକ୍ତିକରଣ ଓ ସାମାଜିକ କଲ୍ୟାଣ ବାର୍ତ୍ତା ଆଧାରରେ ଏହି ରାଲି ଅନୁଷ୍ଠିତ ହେବ।ସୂଚନା ଅନୁସାରେ, ରାଜ୍ୟରେ ମୋଟ 6 ହଜାର 494ଟି ସ୍ଥାନରେ ସୁଭଦ୍ରା ରାଲିର ଆୟୋଜନ ହେବାକୁ ଯାଉଛି । ଯୋଜନାକୁ ବ୍ୟାପକ କରିବାକୁ ଲକ୍ଷ୍ୟ ରଖାଯାଇଥିବା କଥା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଦିନ 1.7 ଲକ୍ଷ ସୁଭଦ୍ରା ହିତାଧିକାରୀଙ୍କୁ ପ୍ରଥମ କିସ୍ତିର 5ମ ପର୍ଯ୍ୟାୟ ଟଙ୍କା ଦିଆଯିବ ।
ସେହିପରି ମାର୍ଚ୍ଚ 8 ତାରିଖରେ ଏକ କୋଟି ମହିଳାଙ୍କ ଖାତାକୁ ଯିବ 5 ହଜାର ଟଙ୍କା । ଦ୍ବିତୀୟ କିସ୍ତିର ପ୍ରଥମ ପର୍ଯ୍ୟାୟ ଟଙ୍କାଯିବ । ତେବେ ଯେଉଁଁମାନେ ନୂଆ ଆବେଦନ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ 30 ଶେଷ ତାରିଖ ରହିଛି ।
