ସୁଭଦ୍ରାକୁ ନେଇ ଆସିଛି ବଡ଼ ଖବର। ଏକାଠି ମିଳିବ ୨ଟି କିସ୍ତି
ସୁଭଦ୍ରାକୁ ନେଇ ଆସିଛି ବଡ଼ ଖବର। ‘ସୁଭଦ୍ରା’ ଆବେଦନକୁ ନେଇ ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି। ଏଣିକି ୨ଟି କିସ୍ତି ଏକାଠି ମିଳିବ।ବର୍ତମାନ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବିନା କୌଣସି ଶେଷ ତାରିଖ ଥାଇ ସୁଭଦ୍ରା ଅଧୀନରେ ଆବେଦନ ଗ୍ରହଣ କରାଯାଉଛି । ଉପରୋକ୍ତକୁ ଦୃଷ୍ଟିରେ ରଖ୍ କ୍ୟାବିନେଟ ଏହାର ତା ୦୩.୦୧.୨୦୨୫ ରିଖର ବୈଠକରେ ନିମ୍ନଲିଖିତ ପ୍ରସ୍ତାବକୁ ଅନୁମୋଦନ କରିଛି ୨୦୨୪-୨୫। ଆର୍ଥିକ ବର୍ଷ ପାଇଁ ସୁଭଦ୍ରାରେ ପଞ୍ଜୀକରଣର ଶେଷ ତାରିଖ ତା ୩୧.୦୩.୨୦୨୫।ତେବେ ସୁଭଦ୍ରା ଟଙ୍କା ବର୍ଷକୁ ଦୁଇଟି କିସ୍ତିରେ ଦୁଇଥର ମିଳୁଥିଲା। ଏଣିକି ଗୋଟିଏ ଥରରେ ୨ଟି କିସ୍ତି ମିଳିବ। ଏଥିପାଇଁ ରାଜ୍ୟ ସରକାର କିଛି ସର୍ତ୍ତ ରଖିଛନ୍ତି। ଯଦି ଆପଣ ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ‘ସୁଭଦ୍ରା’ ଆବେଦନ କରିଥିବେ ତେବେ ୨ଟି କିସ୍ତିର ଟଙ୍କା ମିଳିବ। ମାର୍ଚ୍ଚ ସୁଦ୍ଧା ଆବେଦନ କରିଥିଲେ ଏକକାଳୀନ ୨ଟି କିସ୍ତି ପାଇବେ ବୋଲି ସୂଚନା ମିଳିଛି।
