୧୫ ଦିନ ଭିତରେ ‘ସୁଭଦ୍ରା’ର ଯାଞ୍ଚ ପ୍ରକ୍ରିୟା ସରିଯିବ। 

୧୫ ଦିନ ଭିତରେ ସରିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ ପ୍ରକ୍ରିୟା। ଯେଉଁମାନେ ଯୋଗ୍ୟ ହିତାଧିକାରୀ ହୋଇଥିବେ, ସେମାନେ ଟଙ୍କା ପାଇବେ। ଆଜି ଏହି ନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା।ମାଲକାନଗିରି, ଗଜପତି, କୋରାପୁଟରେ ଅଧିକ ରିଜେକ୍ସନ ହୋଇଛି। ମାଲକାନଗିରିରେ ବୁଧବାର ଠାରୁ ଭେରିଫିକେସନ ଆରମ୍ଭ ହୋଇଛି।ଅନ୍ୟପକ୍ଷରେ ୨୦୨୫ ମାର୍ଚ୍ଚ ୭ ‘ସୁଭଦ୍ରା’ ପ୍ରଥମ କିସ୍ତି ପାଇଁ ଆବେଦନ କରିପାରିବେ। ୨୦୨୫ ମାର୍ଚ୍ଚ ୭ହି ଆବେଦନର ଶେଷ ତାରିଖ। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

ଏହା ସହ ମାର୍ଚ୍ଚ ୮ ମହିଳା ଦିବସରେ ଦ୍ବିତୀୟ କିସ୍ତି ସୁଭଦ୍ରା ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।ସୁଭଦ୍ରା ଆବେଦନ କରିବା ବେଳେ ପ୍ରଥମେ ସର୍ଭର ଡାଉନ ହୋଇଥିଲା। ସେତେବଳେ ଯେଉଁମାନେ ଆବେଦନ କରିଥିଲେ, ସେମାନେ ଆଉ ଦ୍ୱିତୀୟ ଥର ଆବେଦନ କରି ନାହାନ୍ତି। ସେମାନଙ୍କର ରିଜେକ୍ଟ ହୋଇଯାଇଛି। ୧କୋଟିଏ ୬ ଲକ୍ଷ ମହିଳା ସୁଭଦ୍ରା ଆବେଦନ କରିଛନ୍ତି। ସେଥିମଧ୍ୟରୁ ୨ଲକ୍ଷ ୬୪ ଜଣଙ୍କର ରିଜେକ୍ଟ ହୋଇଯାଇଛି। ରିଜେକ୍ଟ ହୋଇଥିବା ୨୫ପ୍ରତିଶତଙ୍କର ଯାଞ୍ଚ ସରିଛି। ବାକି ଆଉ ସବୁ ରହିଛି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି।

You might also like