ମହିଳା ଯୋଜନାର ହିତାଧିକାରୀ ସନ୍ନି ଲିଓନି, ମାସିକ ଭତ୍ତା ହଜାରେ

ମହିଳା ଯୋଜନାର ହିତାଧିକାରୀ ଅଭିନେତ୍ରୀ ସନ୍ନି ଲିଓନି। ଛତିଶଗଡ଼ର ମହତାରି ବନ୍ଦନ ଯୋଜନାର ଲାଭ ନେଉଛନ୍ତି ଅଭିନେତ୍ରୀ। କେବଳ ସେତିକି ନୁହେଁ ମାସିକ ଭତ୍ତା ବାବଦକୁ ତାଙ୍କୁ ମିଳୁଛି ୧୦୦୦ ଟଙ୍କା। କଥାଟା ଶୁଣି ନିହାତି ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଏହା ସତ। ସୂଚନା ଅନୁଯାୟୀ, ବସ୍ତର ଜିଲ୍ଲାର ମହିଳା ଏବଂ ଶିଶୁ ବିକାଶ ଅଧିକାରୀ କହିଛନ୍ତି, ମହତାରୀ ବନ୍ଧନ ଯୋଜନାରେ ଅର୍ଥ ହଡ଼ପ ହେଇଥିବା ଅଭିଯୋଗ ଆସିଛି । ଏହି ଯୋଜନାରେ ଅଭିନେତ୍ରୀ ସନ୍ନି ଲିଓନ ନାଁରେ ପଞ୍ଜୀକରଣ ହୋଇଥିବା ବ୍ୟାଙ୍କ ଖାତାକୁ ପ୍ରତିମାସରେ ଏକ ହଜାର ଟଙ୍କା ଲେଖାଏଁ କ୍ରେଡିଟ୍ ହେଉଛି ।

ବସ୍ତର ଜିଲ୍ଲାର ତାଲୁର ଗାଁ ଅଙ୍ଗନବାଡି କର୍ମୀ ବେଦମତି ଯୋଶିଙ୍କ ୟୁଜର ଆଇଇଡିକୁ ରେଜିଷ୍ଟର ହୋଇଛି । ବିରେନ୍ଦ୍ର ଯୋଶି ନାମକ ଜଣେ ବ୍ୟକ୍ତି ସନ୍ନି ଲିଓନିଙ୍କ ନାଁରେ ପଞ୍ଜୀକରଣ କରି ସରକାରୀ ଟଙ୍କା ହଡପ କରୁଥିବା ଅଭିଯୋଗ ହୋଇଛି । ବସ୍ତର କଲେକ୍ଟର ହରିସ୍ ଏସ ମହିଳା ଓ ଶିଶୁ ବିକାଶ ବିଭାଗର ଜିଲ୍ଲା ଅଧିକାରୀମାନଙ୍କୁ ମହତାରି ବନ୍ଦନ ଯୋଜନାରେ ହୋଇଥିବା ଅନିୟମିତତା ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ସଂପୃକ୍ତ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଜ୍‌ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଏବଂ ଏଫ୍ଆଇଆର୍‌ ରୁଜୁ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

You might also like