ସିଭିଲ୍ ଜଜ୍ ପାଇଁ ୩ ବର୍ଷର ଆଇନ ଅଭ୍ୟାସ ବାଧ୍ୟତାମୂଳକ

ମଙ୍ଗଳବାର ସୁପ୍ରିମକୋର୍ଟ ନିମ୍ନ ଅଦାଲତ ବିଚାରପତି ଅର୍ଥାତ ଜୁନିଅର ଡିଭିଜନ ସିଭିଲ ଜଜଙ୍କ ନିଯୁକ୍ତି ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଏହି ପଦବୀଗୁଡ଼ିକ ପାଇଁ ପରୀକ୍ଷା ଦେବା ଲାଗି, ଜଣେ ପ୍ରାର୍ଥୀଙ୍କର ଅତି କମରେ ତିନି ବର୍ଷ ଆଇନ ଅଭ୍ୟାସ ବା ଲ ପ୍ରାକ୍ଟିସ ଥିବା ଆବଶ୍ୟକ |ଏହି ନିଷ୍ପତ୍ତି ମଙ୍ଗଳବାର (ମେ ୨୦, ୨୦୨୫) ସୁପ୍ରିମକୋର୍ଟଙ୍କ ଦ୍ୱାରା ଘୋଷଣା କରାଯାଇଛି, ଯାହା ନ୍ୟାୟପାଳିକାରେ ଅଧିକ ଅଭିଜ୍ଞ ଓ ଦକ୍ଷ ବ୍ୟକ୍ତିଙ୍କୁ ନିଯୁକ୍ତି ଦେବାର ଲକ୍ଷ୍ୟ ରଖିଛି।ସର୍ବୋଚ୍ଚ ନ୍ୟାୟାଳୟର ଏହି ନିର୍ଦ୍ଦେଶ ଅନୁସାରେ, ଆଇନ ଅଭ୍ୟାସ ମାଧ୍ୟମରେ ପ୍ରାର୍ଥୀମାନେ ବାସ୍ତବ ଅଭିଜ୍ଞତା ଅର୍ଜନ କରି ନ୍ୟାୟ ବିତରଣରେ ଅଧିକ ସକ୍ଷମ ହେବେ ବୋଲି ଆଶା କରାଯାଉଛି।

ଏହି ନିଷ୍ପତ୍ତି ନେଇ ଆଇନ ସମୁଦାୟରେ ମିଶ୍ରିତ ପ୍ରତିକ୍ରିୟା ଦେଖାଦେଇଛି। କେତେକ ଏହାକୁ ନ୍ୟାୟପାଳିକାର ଗୁଣବତ୍ତା ବୃଦ୍ଧି ପାଇଁ ଏକ ପାଦକ୍ଷେପ ବୋଲି ବିବେଚନା କରୁଥିବା ବେଳେ, ଅନ୍ୟ କେତେଜଣ ଏହା ନୂତନ ଆଇନ ସ୍ନାତକମାନଙ୍କ ପାଇଁ ନିଯୁକ୍ତି ସୁଯୋଗକୁ ସୀମିତ କରିବ ବୋଲି ମତ ପ୍ରକାଶ କରିଛନ୍ତି।କୋର୍ଟ ପ୍ରାର୍ଥୀମାନଙ୍କୁ ଆଶ୍ୱସ୍ତି ଦେଇଛନ୍ତି ଯେ ଦଶ ବର୍ଷ ଧରି କାର୍ଯ୍ୟ କରୁଥିବା ଓକିଲଙ୍କ ପ୍ରମାଣପତ୍ର ବୈଧ ହେବ, କିନ୍ତୁ ଓକିଲଙ୍କୁ ସେହି ଷ୍ଟେଶନର ନ୍ୟାୟିକ ଅଧିକାରୀଙ୍କ ଦ୍ୱାରା ସ୍ବୀକୃତି ଦିଆଯିବା ଉଚିତ। ଏହାର ଅର୍ଥ ହେଉଛି ଯଦି ଜଣେ ପ୍ରାର୍ଥୀ ଏପରି ଓକିଲଙ୍କ ସହିତ ତିନି ବର୍ଷ ପାଇଁ ଅଭ୍ୟାସ କରନ୍ତି, ତେବେ ସେ ଜୁନିଅର ଜଜ ପରୀକ୍ଷା ପାଇଁ ଯୋଗ୍ୟ ହେବେ।

You might also like