ମାଗଣା ରାସନ ଆଉ ଟଙ୍କା ପାଇଁ ଲୋକେ କାମ କରିବାକୁ ଚାହୁଁନାହାଁନ୍ତି

ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ମାଗଣା ସୁବିଧା ଉପରେ ସୁପ୍ରିମକୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। କୋର୍ଟ ମାଗଣା ଘୋଷଣା କରିବାର ପ୍ରଥାକୁ ନିନ୍ଦା କରିଛନ୍ତି। କୋର୍ଟ କହିଛନ୍ତି ଯେ, ଲୋକମାନେ ମାଗଣା ରାଶନ ଏବଂ ଟଙ୍କା ପାଉଥିବାରୁ କାମ କରିବାକୁ ଇଚ୍ଛୁକ ନୁହନ୍ତି।ଜଷ୍ଟିସ୍ ବି.ଆର. ଗବାଇ ଏବଂ ଜଷ୍ଟିସ୍ ଅଗଷ୍ଟିନ ଜର୍ଜ ମସିହଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏପରି ମନ୍ତବ୍ୟ ଦେଇଛନ୍ତି। ଖଣ୍ଡପୀଠ ସହରରେ ରହୁଥିବା ବାସହୀନ ବ୍ୟକ୍ତିଙ୍କ ଆଶ୍ରୟ ଅଧିକାର ସହିତ ଜଡିତ ମାମଲାର ଶୁଣାଣି କରି ଏପରି କହିଛନ୍ତି । ଜଷ୍ଟିସ୍ ଗବାଇ କହିଛନ୍ତି ଯେ ଦୁର୍ଭାଗ୍ୟବଶତଃ, ଏହି ମାଗଣା ସୁବିଧା ଯୋଗୁଁ ଲୋକମାନେ କାମ କରିବାକୁ ପ୍ରସ୍ତୁତ ନୁହଁନ୍ତି। ସେମାନଙ୍କୁ ମାଗଣା ରାସନ ମିଳୁଛି। ସେମାନେ କୌଣସି କାମ ନକରି ଟଙ୍କା ପାଉଛନ୍ତି। ନିକଟରେ ହୋଇଥିବା ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆପ, ବିଜେପି ଓ କଂଗ୍ରେସ ଲୋକଙ୍କ ପାଇଁ ଅନେକ ମାଗଣା ଯୋଜନା ଘୋଷଣା କରିଥିଲେ । ତେବେ ସହରାଞ୍ଚଳରେ ଘର ନଥିବା ବ୍ୟକ୍ତିଙ୍କୁ ମାଗଣା ଘର ଦେବା ଯୋଜନା ସମ୍ପର୍କୀତ ଏକ ମାମଲାର ଶୁଣାଣି ବେଳେ ଏଭଳି କହିଛନ୍ତି କୋର୍ଟ । ଏହି ମାମଲାର ଶୁଣାଣିକୁ ୬ ସପ୍ତାହ ଯାଏ ସ୍ଥଗିତ ରଖାଯାଇଛି ।ସେ ଆହୁରି ମଧ୍ଯ କହିଛନ୍ତି ଯେ ଭାରତରେ ନିର୍ମାଣ ଶ୍ରମିକଙ୍କ ଅଭାବ ଦେଖାଗଲାଣି। ସେମାନଙ୍କ ପାଇଁ ସରକାର ଚଲାଇଥିବା ବିଭିନ୍ନ ସରକାରୀ ଯୋଜନା ଏବଂ ଡିବିଟି ଏକପ୍ରକାର ଦାୟୀ। ଯାହା ଯୋଗୁଁ ସେମାନଙ୍କର ଆର୍ଥିକ ଅବସ୍ଥା ଭଲ ରହିଛି ଏବଂ ସେମାନେ ଅଧିକ କାମର ଆବଶ୍ୟକତା ଅନୁଭବ କରୁନାହାନ୍ତି।

ଏଲ ଆଣ୍ଡ ଟି ଶ୍ରମିକମାନଙ୍କୁ ସଙ୍ଗଠିତ କରିବା, ନିଯୁକ୍ତି ଦେବା ପାଇଁ ଏକ ଏଚଆର ଟିମ୍ ରଖିଛି। କିନ୍ତୁ ସମସ୍ତ ପ୍ରୟାସ ସତ୍ତ୍ୱେ ଶ୍ରମିକଙ୍କୁ ଖୋଜିବା ଏବଂ ସେମାନଙ୍କୁ କାମରେ ରଖିବା ବର୍ତ୍ତମାନ ସମୟରେ ଏକ ବଡ଼ ଚ୍ୟାଲେଞ୍ଜ ହୋଇରହିଛି ବୋଲି ସେ ପ୍ରକାଶ କରିଛନ୍ତି।

You might also like