IB ମୁଖ୍ୟ ଭାବେ ପୁଣି ବଢିଲା ତପନ କୁମାର ଡେକାଙ୍କ କାର୍ଯ୍ୟକାଳ

କେନ୍ଦ୍ର ସରକାର ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ନିର୍ଦ୍ଦେଶକ ତପନ କୁମାର ଡେକାଙ୍କୁ ଗୋଟିଏ ବର୍ଷ ପାଇଁ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) ତାଙ୍କ ସେବା ଅବଧି ବୃଦ୍ଧିକୁ ଅନୁମୋଦନ କରିଛି ।। ଏହା ପୂର୍ବରୁ କ୍ୟାବିନେଟ୍ ନିଯୁକ୍ତି କମିଟି ଜୁନ ୨୦୨୫ ପର୍ଯ୍ୟନ୍ତ ତାଙ୍କୁ ସେବା ବିସ୍ତାର ଦେଇଥିଲା। ଜୁନ ୨୦୨୨ରେ ଡେକା ଦୁଇବର୍ଷ ନିମନ୍ତେ ଆଇବି ମୁଖ୍ୟ ନିଯୁକ୍ତ ହୋଇଥିଲେ। ତାଙ୍କୁ ପ୍ରଥମେ ୨୦୨୩ରେ ସେବା ବିସ୍ତାର ଦିଆଯାଇଥିଲା ଯାହା ଜୁନ ୨୦୨୫ରେ ସମାପ୍ତ ହେଉଥିଲା। ଡେକାଙ୍କ ଉତ୍କୃଷ୍ଟ କାର୍ଯ୍ୟଶୈଳୀ ଏବଂ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ଅବଦାନ ଯୋଗୁଁ ଏହା କ୍ରମାଗତ ଦ୍ୱିତୀୟ ଥର ପାଇଁ ତାଙ୍କର ସେବା ସମୟକୁ ଗୋଟିଏ ବର୍ଷ ବୃଦ୍ଧି କରାଯାଇଛି । ତାଙ୍କ ନେତୃତ୍ୱ କେନ୍ଦ୍ର ସରକାରଙ୍କ ପାଇଁ ବିଶ୍ୱସ୍ତ ଏବଂ ପ୍ରଭାବଶାଳୀ ପ୍ରମାଣିତ ହୋଇଛି ।ତପନ କୁମାର ଡେକା ହିମାଚଳ ପ୍ରଦେଶ କ୍ୟାଡରର ୧୯୮୮ ବ୍ୟାଚର ଆଇପିଏସ ଅଧିକାରୀ। ତାଙ୍କୁ ପ୍ରଥମେ ଜୁନ୍ ୨୦୨୨ରେ ଦୁଇ ବର୍ଷ ପାଇଁ ଆଇବି ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଥିଲା। ଡେକା ତାଙ୍କ କ୍ୟାରିୟରର ଅଧିକାଂଶ ସମୟ ଇଣ୍ଟେଲିଜେନ୍ସ ବ୍ୟୁରୋରେ ବିତାଇଛନ୍ତି ।

You might also like