ନିଶା ମହାରଣାଙ୍କ ପାଇଁ ଯାତ୍ରା ପଡିଆରେ ବୋହିଲା ରକ୍ତ। 

ନିଶାଙ୍କ ପାଇଁ ଯାତ୍ରା ପଡ଼ିଆ ପାଲଟିଲା ରଣକ୍ଷେତ୍ର। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍, ଛୁରା ମାଡ଼। ଆହତ ହେଲେ ଶତାଧିକ ବ୍ୟକ୍ତି। ଥାନାରେ ପହଞ୍ଚିଲା ମାମଲା। କେନ୍ଦ୍ରାପଡ଼ା ଗରଦପୁର ବ୍ଲକ କୁଦାନଗରୀ ଥାନା ଶୁକ ପରୀକ୍ଷିତ ଆଶ୍ରମ ଠାରେ ଚାଲିଥିବା ମାଘ ମେଳା ଅବସରରେ ଏଭଳି ଘଟଣା ଘଟିଛି । ନିଶାଙ୍କ ନାଚ ଆରମ୍ଭ ହେବା ମାତ୍ରେ କିଛି ଦର୍ଶ ଛିଡା ହୋଇ ନାଚକୁ ବନ୍ଦ କରିଦେଇଥିଲେ। ହେଲେ ନିଶା ଷ୍ଟେଜରେ ଡ୍ୟାନ୍ସ କରିବେ ବୋଲି ଜିଦି ଧରି ବସିଥିଲେ ଯାତ୍ରା କମିଟି ଓ କିଛି ଦର୍ଶକ।

ଯାହାକୁ ନେଇ ଆରମ୍ଭ ହେଲା ମହାଭାରତ। ଦୁଇ ଗୋଷ୍ଠୀଙ୍କ ଭିତରେ ଯୁକ୍ତିତର୍କ ଏତେ ବଢି ଗଲା ଯେ, ହାତାହାତି ପର୍ଯ୍ୟନ୍ତ କଥା ଗଲା। ଜୋରଦାର ହେଲା ଗଣ୍ଡଗୋଳ। ନିଶା ପେଣ୍ଡାଲରୁ ଚାଲିଯିବା ପରେ ଉଗ୍ର ରୂପ ନେଲା ବଚସା।ଏହି ଗଣ୍ଡଗୋଳରେ ଅନେକ ଲୋକ ଠେଲାପେଲାର ଶିକାର ହେଲେ। ୨ ଜଣ ଗୁରୁତର ହୋଇଥିବା ବେଳେ, ଅନେକ ଆହତ ମଧ୍ୟ ହୋଇଛନ୍ତି।ଯେହେତୁ କିଛି ଲୋକଙ୍କ ମଧ୍ୟରେ ମାରପିଟ୍ ହେଉଥିଲା। ତେଣୁ ଏପରି ପରିସ୍ଥିତି ଦେଖି ଯାତ୍ରା ଦେଖିବାକୁ ଆସିଥିବା ଲୋକ ଛିନଛତର ହୋଇ ପଳାଇଗଲେ। ଆଉ ଶେଷରେ ଯାତ୍ରା ବି ବନ୍ଦ ହୋଇଗଲା। ହେଲେ ଏହି ମାମଲା ଏବେ ଥାନାରେ ଯାଇ ପହଞ୍ଚିଛି।

You might also like