ଅଧା ବାଟରୁ ଫେରିଲା ଏୟାର ଇଣ୍ଡିଆ ବିମାନ । 

ଅଧା ବାଟରୁ ଫେରିଲା ଏୟାର ଇଣ୍ଡିଆ ବିମାନ । ମୁମ୍ବାଇରୁ ନ୍ୟୁୟର୍କ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବାରୁ ପୁଣି ମୁମ୍ବାଇ ଫେରିଛି । ଏୟାର ଇଣ୍ଡିଆର ବୋଇଂ ୩୫୦ ବିମାନ ଅଜରବୈଜନା ଉପରେ ଯାଉଥିବା ବେଳେ ବିମାନର କ୍ରୁ ସଦସ୍ୟଙ୍କୁ ବୋମା ଧମକ ମିଳିଥିଲା । ବିମାନଟି ମୁମ୍ବାଇ ଫେରିବା ପରେ ବୋମା ବିଷୟରେ ସନ୍ଧାନ କରାଯାଇଥିଲା ।ଯଦି ସୂତ୍ରଗୁଡ଼ିକୁ ବିଶ୍ୱାସ କରାଯାଏ, ତେବେ ଏହା କେବଳ ଏକ ମିଥ୍ୟା ଧମକ ଥିଲା।

ଏହି ବିମାନରେ ମୋଟ୍‌ ୩୦୩ ଜଣ ଯାତ୍ରୀ ଏବଂ ୧୯ ଜଣ କ୍ରୁ ସଦସ୍ୟ ଉପସ୍ଥିତ ଥିଲେ। ବିମାନଟି ରାତି ୨ଟାରେ ମୁମ୍ବାଇରୁ ଉଡ଼ାଣ ଆରମ୍ଭ କରିଥିଲା ଏବଂ ସକାଳ ୧୦.୨୫ରେ ଫେରିଥିଲା। AI-119 ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରୁ ନ୍ୟୁୟର୍କର ଜନ୍‌ ଏଫ୍‌ କେନେଡି ବିମାନବନ୍ଦର ପର୍ଯ୍ୟନ୍ତ ଯାତ୍ରା ସମାପ୍ତ କରିବାକୁ ପ୍ରାୟ ୧୫ ଘଣ୍ଟା ସମୟ ନିଏ। ଏୟାର ଇଣ୍ଡିଆ କହିଛି, ବିମାନଟି ଆସନ୍ତାକାଲି ସକାଳ ୫ଟାରେ ଉଡ଼ାଣ ଆରମ୍ଭ କରିବ। ଏୟାର ଇଣ୍ଡିଆ ଏହା ମଧ୍ୟ କହିଛି ଯେ ଯାତ୍ରୀମାନଙ୍କୁ ବିଶ୍ରାମ ସ୍ଥାନ, ଖାଦ୍ୟ ଏବଂ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଇଛି।

You might also like