ପ୍ରତ୍ୟାହାର ହେଲା ଲଘୁ ଖଣିଜ ଦ୍ରବ୍ୟ ପରିବହନକାରୀ ଟ୍ରକ୍ ଧର୍ମଘଟ । 

ପ୍ରତ୍ୟାହାର ହେଲା ଲଘୁ ଖଣିଜ ଦ୍ରବ୍ୟ ପରିବହନକାରୀ ଟ୍ରକ୍ ଧର୍ମଘଟ । ରାଜ୍ୟ ସରକାରଙ୍କ ଆଲୋଚନା ପରେ ପ୍ରତ୍ୟାହାର ହେଲା ଧର୍ମଘଟ । ଖୋର୍ଦ୍ଧା ଟ୍ରକ୍ ମାଲିକ ସଂଘ ଆହ୍ବାନ କ୍ରମେ ପାଖାପାଖି ୧୦ ଜିଲ୍ଲାର ୧୫ ଟ୍ରକ୍ ମାଲିକ ସଂଘର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ନେଇଥିଲେ । ୧୦ ତାରିଖରୁ ଆନ୍ଦୋଳନ ଜାରି ରହିଥିଲା । 11 ଦଫା ଦାବି ନେଇ 13 ଜିଲ୍ଲାର ଲଘୁ ଖଣିଜ ପଦାର୍ଥ ବା ବାଲି ପରିବହନ କରୁଥିବା ଟ୍ରକ୍ ସଂଘ ଆନ୍ଦୋଲୋନ ଜାରି ରଖିଥିଲେ ।

ଆସନ୍ତା ଫେବୃୟାରୀ ମାସ ସୁଦ୍ଧା ସଂଘର ସମସ୍ତ ଦାବି ପୁରଣ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲା ସଂଘ । ସଂଘର ଦାବିଗୁଡିକୁ ଥିଲା ଯଥାକ୍ରମେ ଗାଡିକୁ ଇଟ୍ରାନଜିଟ ପାସ୍ ଦିଆଯିବା,ବାଲିଘାଟରେ ଓଜନ ବ୍ଯବସ୍ଥା କରାଯିବା, ଏନଜିଟି ଗତ ଅକ୍ଟୋବର ୨୫ ତାରିଖ ଦିନ ଦେଇଥିବା ନିର୍ଦ୍ଦେଶରେ କୋହଳ କରାଯିବା, ଘାଟରେ ସିସିଟିଭିର ବ୍ଯବସ୍ଥା କରାଯିବ,ପ୍ରତ୍ଯେକ ଘାଟରେ ସାଇନ ବୋର୍ଡ ଲଗାଯିବ,ରାଜ୍ଯ ସାରା ପ୍ରତ୍ଯେକ ବାଲି ଘାଟର ସଠିକ ମୂଲ୍ଯ ନିର୍ଦ୍ଦାରଣ କରାଯିବା,ସ୍ବତନ୍ତ୍ର ଆପ ତିଆରି କରାଯିବା, ଜିଲ୍ଲାୱାରୀ ବାଲିଘାଟର ତାଲିକା ପ୍ରକାଶ କରାଯିବା, ଇଟ୍ରାନଜିଟ ପାସର ଅବଧି ୧୨ ଘଣ୍ଟାକୁ ବୃଦ୍ଦି କରାଯିବା ଭଳି ପ୍ରମୁଖ ଦାବି ଥିଲା ସଂଘର ।

You might also like