ଆସନ୍ତା ଜାନୁଆରୀ ୬ ରୁ ଚାଲିବ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ

ଭୁବନେଶ୍ୱର କନଭେନସନ ସେଣ୍ଟର ଠାରେ ଅନୁଷ୍ଠିତ ହେବ ପଞ୍ଚମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ । ଜାନୁଆରୀ ୬ ତାରିଖରୁ ୧୨ ତାରିଖ ଯାଏ ଚାଲିବ । ଏହି ଉତ୍ସବରେ ପକ୍ଷୀ ନୀରିକ୍ଷଣ ଏବଂ ଭ୍ରମଣ, ବିଶେଷଜ୍ଞ ଆଲୋଚନା ଏବଂ କର୍ମଶାଳା, ସଂରକ୍ଷଣ ପଦକ୍ଷେପ ନେଇ କାର୍ଯ୍ୟକ୍ରମ ରହିଛି । ୬ରୁ ୮ ତାରିଖ ପର୍ଯ୍ୟନ୍ତ ଚିଲିକା ଏବଂ ମଙ୍ଗଳାଯୋଡିରେ ପକ୍ଷୀ ଦର୍ଶନ, ୧୧ ତାରିଖରେ ବରକୂଳରେ ଓଡ଼ିଶା ବାର୍ଡସ କନକ୍ଲେଭ, ୧୨ ତାରିଖରେ ନନ୍ଦନକାନନରେ ପକ୍ଷୀ ପଦଯାତ୍ରା, ୭ରୁ ୧୨ ତାରିକ ପର୍ଯ୍ୟନ୍ତ ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟରେ ବନ୍ୟପ୍ରାଣୀ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂର କାର୍ଯ୍ୟକ୍ରମ ରହିଛି ।ପ୍ରତ୍ୟେକ ବର୍ଷ ଶୀତଋତୁରେ ଲକ୍ଷାଧିକ ସଂଖ୍ୟାରେ ପକ୍ଷୀମାନଙ୍କର ଆଗମନ ଚିଲିକାର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ ।

ଏହି ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହି ଉଦଘାଟନୀ ଉତ୍ସବରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପକ୍ଷୀ ବିଶାରଦ ଡ଼. ଅସାଦ ରହମାନୀ ଓ ଡ଼. ସୁରେଶ କୁମାର ଏବଂ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବନ୍ୟପ୍ରାଣୀ ଫଟୋଗ୍ରାଫର ଧୃତିମାନ ମୁଖାର୍ଜୀ ମଧ୍ୟ ଯୋଗଦେଇ ସେମାନଙ୍କ ବକ୍ତବ୍ୟ ରଖିବେ ।ପ୍ରବାସୀ ଭାରତୀୟ ଦିବସ ଅବସରରେ ଓଡ଼ିଶାକୁ ଆସିଥିବା ପ୍ରବାସୀ ଏହି ଉତ୍ସବର ମଜା ନେଇପାରିବେ । ଏହି ଉତ୍ସବରେ କୁଇଜ, ପୋଷ୍ଟର, ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହେବ ।

You might also like