ବରଗଡ଼ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭସ୍ତମ୍ଭ
ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହୋଇ ଜାନୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ଦୀର୍ଘ ୧୧ ଦିନ ବ୍ୟାପୀ ଏହି ଅବଧି ମଧ୍ୟରେ ବରଗଡ଼ ମଥୁରାନଗରୀ ଏବଂ ଅମ୍ବାପାଲି ଗୋପପୁର ପାଲଟିବ। ସେହିପରି ବରଗଡ଼ ଓ ଅମ୍ବାପାଲି ମଧ୍ୟରେ ବହି ଯାଇଥିବା ଜୀରାନଦୀ ହେବ ଯମୁନା। ଏନେଇ ଆଜି ସ୍ଥାପନ ହୋଇଛି ଶୁଭ ଖୁଣ୍ଟି । ବରଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ଵରୀଙ୍କ ଠାରେପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରା ବାହାରୀ ହାଟପଦା ସ୍ଥିତ ସଂଚାର ପଡିଆରେ ପହଞ୍ଚିଛି । ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ବରଗଡ଼ ଜିଲ୍ଲାପାଳ , ଏସପି, କଂସ ଭୂମିକାରେ ଅଭିନୟ କରିବା ପାଇଁ ମନୋନୀତ ହୋଇଥିବା କଳାକାର ଭୂବନେଶ୍ବର ପ୍ରଧାନଙ୍କ ସମେତ କମିଟି ସଦସ୍ୟ ଉପସ୍ଥିତ ରହିଥିଲେ ।
