ଭାରତ ବନାମ ଇଂଲଣ୍ଡ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ ପାଇଁ ଟିକେଟ୍ କଳାବଜାରୀ ଅଭିଯୋଗ

ରବିବାର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଦିନିକିଆ ମ୍ୟାଚ , ସେହି ମ୍ୟାଚରେ ଟିକେଟ ନେବା ନେଇଁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା , କିନ୍ତୁ ଟିକେଟ ନେବା ପରେ ସେହି ଟିକେଟ ଏବେ ବଜାରରେ କଳାବଜାରୀ କରାଯାଉଥିବା ଦେଖିବାକୁ ମିଳିଛି ସେହି ସମୟରେ ପୋଲିସ ତିନିଜଣଙ୍କୁ ଗିରଫ କରିଛି |ରିପୋର୍ଟ ଅନୁଯାୟୀ, ତିନି ଅଭିଯୁକ୍ତ ମ୍ୟାଚ୍ ପାଇଁ ପ୍ରାୟ ଆଠଟି ଗ୍ୟାଲେରୀ ଟିକେଟ୍ ଅଧିକ ମୂଲ୍ୟରେ ବିକ୍ରି କରୁଥିଲେ। ସେମାନେ ଅନଲାଇନରେ ଟିକେଟ୍ ଫଟୋ ପୋଷ୍ଟ କରି କ୍ରେତାଙ୍କୁ ଖୋଜୁଥିଲେ।

ବକ୍ସି ବଜାର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଟିକେଟ୍ ଦେବା ସମୟରେ ପୋଲିସର ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଗିରଫ କରିଥିଲା। ପୋଲିସ ପଚରାଉଚରା କରିବା ପରେ ଟିକେଟ୍ କିଣିବାକୁ ଆସିଥିବା ବ୍ୟକ୍ତି ପୋଲିସକୁ କହିଥିଲେ ଯେ ଅଭିଯୁକ୍ତମାନେ ବହୁତ ଅଧିକ ମୂଲ୍ୟରେ ଟିକେଟ୍ ବିକ୍ରି କରୁଛନ୍ତି।ପୋଲିସ ତିନି ଜଣଙ୍କ ନିକଟରୁ ଟିକେଟ୍, ୩୦,୦୦୦ ଟଙ୍କା ନଗଦ, ମୋବାଇଲ୍ ଫୋନ୍ ଏବଂ ଦୁଇଟି ମୋଟରସାଇକେଲ୍ ଜବତ କରିଛି।

You might also like