ଭୁବନେଶ୍ୱର ନୂଆ ଷ୍ଟେସନରୁ ଯାତ୍ରା ପ୍ରାରମ୍ଭ କରିବ ୩ ଟ୍ରେନ୍

ଭୁବନେଶ୍ୱର ନୂଆ ଷ୍ଟେସନରୁ ତିନୋଟି ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍ ସେମାନଙ୍କର ଯାତ୍ରା ପ୍ରାରମ୍ଭ ଏବଂ ଏଠାରେ ଯାତ୍ରା ସମାପ୍ତ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଯୋଜନା କରାଯାଇଅଛି ଯାହା ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବ । ଏହି ଟ୍ରେନ୍ ଗୁଡ଼ିକ ମଧ୍ୟରେ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍, ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ୍ ଏବଂ ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍ ଅନ୍ତର୍ଭୁକ୍ତ । ଏହି ପରିବର୍ତ୍ତନଗୁଡ଼ିକ ପାଇଁ କାର୍ଯ୍ୟାନ୍ୱୟନ ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ।ଏହି ଟ୍ରେନଗୁଡ଼ିକ ମଞ୍ଚେଶ୍ୱର ରେଳ ଷ୍ଟେସନରେ ଦୁଇ ମିନିଟ୍ ରହଣି କରିବେ ।

ଉତ୍ତର ଭୁବନେଶ୍ୱର ଅଞ୍ଚଳରେ ଅବସ୍ଥିତ ଅନେକ ଇଞ୍ଜିନିୟରିଂ, ମେଡିକାଲ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଭୁବନେଶ୍ୱର ନୂଆ ଷ୍ଟେସନ ଏକ ସୁବିଧାଜନକ କେନ୍ଦ୍ର ଭାବେ କାର୍ଯ୍ୟ କରିବ । ଏଥିସହିତ ହସ୍ପିଟାଲ ଯାତ୍ରା ଆବଶ୍ୟକ କରୁଥିବା ଯାତ୍ରୀମାନେ ବହୁତ ଉପକୃତ ହେବେ । ତେବେ ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ଯୋଜନା କରାଯାଉଥିବା ପ୍ରମୁଖ କାର୍ଯ୍ୟଗୁଡ଼ିକ ମଧ୍ୟରେ ସର୍କୁଲେଟିଂ ବା ଚଳପ୍ରଚଳ କ୍ଷେତ୍ରର ସମ୍ପ୍ରସାରଣ ଏବଂ ଉନ୍ନତିକରଣ, ଅତିରିକ୍ତ ଫୁଟ ଓଭର ବ୍ରିଜ୍ (FOB) ବ୍ୟବସ୍ଥା, ଉନ୍ନତ ଯାତ୍ରୀ ସେବା ଓ ପ୍ରତୀକ୍ଷା ପାଇଁ ଆଧୁନିକ ପ୍ରତୀକ୍ଷା କକ୍ଷ ଏବଂ ଶୌଚାଳୟ ବ୍ୟବସ୍ଥା, ବିଦ୍ୟମାନ ପ୍ଲାଟଫର୍ମ ଏବଂ ଏହାର ଆଲୋକୀକରଣର ଉନ୍ନତି, କୋଚ୍ ମାନଙ୍କରେ ପାଣି ଭର୍ତ୍ତି କରିବାର ସୁବିଧା ସ୍ଥାପନ, ସମସ୍ତ ପ୍ଲାଟଫର୍ମରେ ଲିଫ୍ଟର ବ୍ୟବସ୍ଥା, ବର୍ତ୍ତମାନର ଷ୍ଟେସନ କୋଠାର ଉନ୍ନତିକରଣ ଆଦି ଅନ୍ତର୍ଭୁକ୍ତ ।

You might also like