ଅଭିନେତା ଟିକୁ ତଲସାନିୟା ହୃଦଘାତର ଶିକାର । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ବଲିଉଡର ଜଣାଶୁଣା ଅଭିନେତା ଟିକୁ ତଲସାନିୟା ହୃଦଘାତର ଶିକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ହସ୍ପିଟାଲରେ ଟିକୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଚାଲିଥିବା ବେଳେ ଡାକ୍ତର ଟିକୁଙ୍କ ସ୍ବାସ୍ଥ୍ୟରେ ସୁଧାର ଆଣିବାକୁ ପ୍ରୟାସ କରୁଛନ୍ତି । ମାଲାମାଲ୍ ୱିକଲି , ହଙ୍ଗାମା , ଢ଼ୋଲ୍ , ହେରାଫେରୀ ଭଳି ଅନେକ ସିନେମାରେ ନଜର ଆସି ଲୋକଙ୍କୁ ହସି ହସି ବେଦମ୍ କରାଇଥିବା ଟିକୁଙ୍କ ଅଚାନକ ସ୍ବାସ୍ଥ୍ୟ ଖରାପ ହେବାକୁ ନେଇ ସାଥୀ କଳାକାର ଏବଂ ଫ୍ୟାନ୍ସ ଚିନ୍ତିତ ଅଛନ୍ତି ।ଟିକୁ ବଲିଉଡ ଇଣ୍ଡଷ୍ଟ୍ରୀର ଜଣେ ବରିଷ୍ଠ କଳାକାର। ୧୯୫୪ ମସିହାରେ ତାଙ୍କର ଜନ୍ମ। ୧୯୮୪ରେ ଲୋକପ୍ରିୟ କାର୍ଯ୍ୟକ୍ରମ ‘ୟେ ଜୋ ହେ ଜିନ୍ଦଗୀ’ରୁ ସେ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ। ୧୯୮୬ରେ ‘ପ୍ୟାର କେ ଦୋ ପଲ’ ଚଳଚ୍ଚିତ୍ରରୁ ସେ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ।

You might also like