ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ
ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ କେତେବେଳେ ରୋଗର ଶିକାର ହୁଅନ୍ତି ତାହା ଜାଣିପାରନ୍ତି ନାହିଁ । ପରିବାର ଏବଂ କାମର ଦାୟିତ୍ୱ ମଧ୍ୟରେ ଲୋକମାନେ ନିଜ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନେବା ଉଚିତ । ଆପଣ ନିଶ୍ଚୟ ଶୁଣିଥିବେ ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ବଡ଼ ସମ୍ପତ୍ତି । ଏପରି ପରିସ୍ଥିତିରେ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅଧିକାର ବିଷୟରେ ସଚେତନତା ପ୍ରସାର କରିବା ପାଇଁ ପ୍ରତିବର୍ଷ ୭ ଏପ୍ରିଲରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଏ । ଯାହା ଦ୍ଵାରା ଆମେ ଆମ ସ୍ୱାସ୍ଥ୍ୟ ପ୍ରତି ଅସାବଧାନ ନହେବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି, ବିଶ୍ୱ ସ୍ବାସ୍ଥ୍ୟ ଦିବସରେ, ଆସନ୍ତୁ ଏକ ସୁସ୍ଥ ବିଶ୍ୱ ଗଠନ ପାଇଁ ଆମର ପ୍ରତିବଦ୍ଧତା ପ୍ରକାଶ କରିବା।
ଆମ ସରକାର ସ୍ବାସ୍ଥ୍ୟସେବା ଉପରେ ଧ୍ୟାନ ଦେବା ଏବଂ ଲୋକଙ୍କ କଲ୍ୟାଣ ପାଇଁ ବିଭିନ୍ନ କ୍ଷେତ୍ରରେ ନିବେଶ କରିବା ଜାରି ରଖିବ। ଉତ୍ତମ ସ୍ବାସ୍ଥ୍ୟ ହେଉଛି ଯେକୌଣସି ସମୃଦ୍ଧ ସମାଜର ମୂଳଦୁଆ।ଏକ ଭିଡିଓ ବାର୍ତ୍ତାରେ, ପ୍ରଧାନମନ୍ତ୍ରୀ ପୁରୁଣା କଥାକୁ ମନେ ପକାଇ ଦେଇଥିଲେ ଯେ ସ୍ବାସ୍ଥ୍ୟ ହେଉଛି ପରମ ସୌଭାଗ୍ୟ ଏବଂ ପରମ ସମ୍ପତ୍ତି ଏବଂ ଭାରତରେ ବଢି ଚାଲିଥିବା ମୋଟାପଣ ସଙ୍କଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ସେ କହିଥିଲେ, ଆଜିକାଲି ଆମର ଜୀବନଶୈଳୀ ଆମ ସ୍ବାସ୍ଥ୍ୟ ପାଇଁ ଏକ ବଡ଼ ବିପଦ ପାଲଟିଛି। ଏକ ସଦ୍ୟ ରିପୋର୍ଟ ଅନୁଯାୟୀ, ୨୦୫୦ ସୁଦ୍ଧା ୪୪ କୋଟିରୁ ଅଧିକ ଭାରତୀୟ ମୋଟାପଣର ଶିକାର ହେବେ। ଏହା ଚିନ୍ତାର ବିଷୟ, ଏହା ଏକ ବଡ଼ ସଙ୍କଟ ସୃଷ୍ଟି କରିପାରେ।
