ଓଲଟି ପଡ଼ିଲା ଟମାଟୋ ବୋଝେଇ ଟ୍ରକ୍‌ । ସବୁ ଟମାଟୋ ନେଇଗଲେ ଲୋକେ ।

ଓଲଟି ପଡ଼ିଲା ବିଲାତି ବୋଝେଇ ଟ୍ରକ । ଟମାଟୋ ବହି ନେଲେ ଲୋକ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚେମେଣା ନର୍ସରୀ ଛକ ନିକଟରେ ଏକ ବିଲାତି ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଫଳରେ ଦୁର୍ଘଟଣାରେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି ।ଗାଡ଼ିଟି ଓଲଟି ପଡ଼ିବାରୁ ବୋଝେଇ ହୋଇଥିବା ଟମାଟୋ ସବୁ ଏଣେ ତେଣେ ପଡ଼ି ଯାଇଛି।

ଆଉ ଏହାପରେ ଲୋକେ ସେଠାରୁ ଟମାଟୋ ସବୁ ବୋହି ନେଇଯାଉଥିବା ଦେଖିବାକୁ ମିଳିଛି। ସାଇକେଲ୍ ଓ ବାଇକରେ ଲୋକେ ଟମାଟୋ ବୋହି ନେଇ ଯାଇଥିବା ଦେଖିବାକୁ ମିଳିଛି। ଏମିତିକି ରାସ୍ତାରେ ଯା’ଆସ କରୁଥିବା ଲୋକେ ବି ଓହ୍ଲାଇ ଟମାଟୋ ବୋହି ନେଇ ଯାଇଯାଉଛନ୍ତି। ପିଲାଠୁ ବୟସ୍କ କେହି ଏଥିରୁ ବାଦ୍ ପଡ଼ି ନାହାନ୍ତି। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

You might also like