ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କଲି , କିନ୍ତୁ ଶ୍ରେୟ ମିଳିଲାନି: ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଏକପ୍ରକାର ମତିଭ୍ରମ ହୋଇଥିବା ପରିଲକ୍ଷିତ ହେଉଛି। ଗୋଟିଏ ପ୍ରସଙ୍ଗରେ ବାରମ୍ବାର ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ଟ୍ରମ୍ପ ଏବେ ଚର୍ଚ୍ଚାକୁ ଆସିଛନ୍ତି। ଏକ ନ୍ୟୁଜ୍ ୱେବସାଇଟକୁ ଦେଇଥିବା ସାକ୍ଷାତକାରରେ ସେ ଦାବି କରିଛନ୍ତି ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଭଳି ପରିସ୍ଥିତିକୁ ରୋକିବାରେ ତାଙ୍କର କୂଟନୀତି ଏକ ବଡ଼ ଭୂମିକା ଗ୍ରହଣ କରିଛି।

କେବଳ ଏତିକି ନୁହେଁ, ଟ୍ରମ୍ପ୍ ଏହାକୁ ତାଙ୍କର ସବୁଠାରୁ ବଡ଼ ସଫଳତା ମଧ୍ୟରେ ଗଣନା କରିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ମାତ୍ର ଦୁଇ ଦିନ ପୂର୍ବରୁ କତାରରେ ସେ କହିଥିଲେ ମୁଁ କହୁନାହିଁ ଯେ, ମୁଁ ମଧ୍ୟସ୍ଥତା କରିଛି, କିନ୍ତୁ ମୁଁ ନିଶ୍ଚିତ ଭାବରେ ସାହାଯ୍ୟ କରିଛି। ଏବେ ତାଙ୍କର ପରିବର୍ତ୍ତିତ ସ୍ୱର ତାଙ୍କ ଭୂମିକା ଉପରେ ପ୍ରଶ୍ନବାଚୀକୁ ଆହୁରି ଘନୀଭୂତ କରିଛି।ବର୍ତ୍ତମାନ ପୁଣି ଥରେ ଟ୍ରମ୍ପ ଏକ ନୂଆ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତିରେ ଟ୍ରମ୍ପ ପ୍ରଶାସନ ସହଯୋଗ କରିଛି। ଦୁଇ ଦେଶ ପରମାଣୁ ଯୁଦ୍ଧ ଆଡକୁ ଅଗ୍ରସର ହେଉଥିଲେ, ଯାହାକୁ ସେ ରୋକିଦେଇଛନ୍ତି। କିନ୍ତୁ ତାଙ୍କୁ ଏଥିପାଇଁ ଉଚିତ ଶ୍ରେୟ ଦିଆଯାଇ ନାହିଁ। ଟ୍ରମ୍ପ ବାରମ୍ବାର ଶ୍ରେୟ ମିଳୁ ନ ଥିବା କଥାକୁ ଦୋହରାଇବା ଜଣେ ରାଷ୍ଟ୍ରପତି ହିସାବରେ କେତେ ଯଥାର୍ଥ ତାହା ସହଜରେ ଅନୁମାନ କରିହେଉଛି। ଏଥିପାଇଁ ଟ୍ରମ୍ପକୁ ବିଭିନ୍ନ ମହଲରେ ସମାଲୋଚନାର ଶିକାର ହେବାକୁ ବି ପଡ଼ିଛି।

You might also like