ମୁହାଁମୁହିଁ ହୋଇଛନ୍ତି ଜେଲେନସ୍କି-ଟ୍ରମ୍ପ।

ମୁହାଁମୁହିଁ ଟ୍ରମ୍ପ-ଜେଲେନସ୍କି, ଯୁଦ୍ଧ ବିରତିକୁ ନେଇ ଦୁଇ ବିଶ୍ବନେତାଙ୍କ ମଧ୍ୟରେ ବାକଯୁଦ୍ଧ। ଶୁକ୍ରବାର ହ୍ବାଇଟ ହାଉସ ଓଭାଲ କାର୍ଯ୍ୟାଳୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କିଙ୍କ ସାକ୍ଷାତ ସମୟରେ ସାମ୍ନାକୁ ଆସିଛି ଏଭଳି ଦୃଶ୍ୟ। ଜେଲେନସ୍କି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ଉଷ୍ମ ବିତର୍କ ହୋଇଛି। ଝଗଡା ପରେ ଜେଲେନସ୍କି ହୱାଇଟ ହାଉସରୁ ବାହାରି ଆସିଥିଲେ। ୟୁକ୍ରେନର ଲୋକମାନେ ଜେଲେନସ୍କିଙ୍କ ସମର୍ଥନରେ ବାହାରିଥିଲେ ଏବଂ ତାଙ୍କୁ ଦେଶର ସୱାର୍ଥର ରକ୍ଷକ ବୋଲି କହିଲେ। ଏହାପରେ ଜେଲେନସ୍କିଙ୍କୁ କାନାଡା, ଫ୍ରାନ୍ସ, ଜର୍ମାନୀ, ୟୁକେ ସମେତ ଅନେକ ଦେଶର ସମର୍ଥନ କରିଛନ୍ତି। ଏହି ଘଟଣା ପରେ ୟୁରୋପ ମଧ୍ୟରେ ଫାଟ ସୃଷ୍ଟି ହେଲାଣି। ଜେଲେନସ୍କିଙ୍କୁ ନିଜ ଦେଶବାସୀଙ୍କଠାରୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲାବେଳେ ଆଉ କିଛି ସମର୍ଥନ ବି କରିଛନ୍ତି। କିନ୍ତୁ ଏହି ଘଟଣା ପରେ ବିଶ୍ଵନେତା ବିଶେଷକରି ୟୁରୋପୀୟ ଦେଶଗୁଡ଼ିକର ନେତାମାନେ କାହା ପଟକୁ ଢଳୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। କିଛି ୟୁରୋପୀୟ ଦେଶ ଟ୍ରମ୍ପଙ୍କୁ ସମର୍ଥନ କରୁଥିଲା ବେଳେ ଅଧିକାଂଶ ଜେଲେନସ୍କିଙ୍କୁ ପ୍ରଶଂସା କରିଛନ୍ତି।ରିପୋର୍ଟ ଅନୁଯାୟୀ, ଜଣେ ବରିଷ୍ଠ ଆମେରିକୀୟ ଅଧିକାରୀ କହିଛନ୍ତି ଯେ ଏଲନ ମସ୍କ ଏବଂ ତାଙ୍କ ସରକାରୀ ଦକ୍ଷତା ବିଭାଗ ପୂର୍ବରୁ ୟୁକ୍ରେନକୁ ପ୍ରଦାନ କରାଯାଇଥିବା ବୃହତ ଆର୍ଥିକ ଏବଂ ସୁରକ୍ଷା ସହାୟତାରେ ସମ୍ଭାବ୍ୟ ସମସ୍ୟାଗୁଡ଼ିକର ତଦନ୍ତ କରୁଥିଲେ, କିନ୍ତୁ ଏବେ ଏହି ପ୍ରୟାସଗୁଡ଼ିକୁ ତ୍ୱରାନ୍ବିିତ କରାଯିବ। ଅଧିକାରୀ ଜଣକ କହିଛନ୍ତି ଯେ ସେମାନେ ପୂର୍ବରୁ ସମସ୍ୟା ଖୋଜୁଛନ୍ତି। ଏହା ବ୍ୟତୀତ ଟ୍ରମ୍ପ ୟୁକ୍ରେନକୁ ଦିଆଯାଉଥିବା ସମସ୍ତ ସାମରିକ ସହାୟତା ବନ୍ଦ କରିବାକୁ ବିଚାର କରୁଛନ୍ତି।

ଏହି ବୈଠକ ପରେ, ମସ୍କ ଏହାର ତଦନ୍ତ କରିବାକୁ ମଧ୍ୟ ସଙ୍କେତ ଦେଇଥିଲେ। ୟୁକ୍ରେନକୁ ପଠାଯାଇଥିବା ଶହ ଶହ କୋଟି ଡଲାରର ପ୍ରକୃତରେ କ’ଣ ହୋଇଛି ତାହା ଜାଣିବାର ସମୟ ଆସିଛି ବୋଲି ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି। ତେବେ ଟ୍ରମ୍ପ ଜେଲେନ୍‌ସ୍କିଙ୍କ ଉପରେ ଦୁର୍ବ୍ୟବହାରର ଅଭିଯୋଗ ଆଣିଥିଲେ, ଯେତେବେଳେ ଜେଲେନ୍‌ସ୍କି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ପ୍ରତିଶ୍ରୁତି ଉପରେ ପ୍ରଶ୍ନ ଉଠାଇଥିଲେ। ଏହି ବିବାଦ ପରେ, ଟ୍ରମ୍ପ ବୈଠକ ସମାପ୍ତ କରିଥିଲେ ।

You might also like