ଖଣି ଚୋରିର ସ୍ଥିତି ପରିଖିବା ପାଇଁ ଆଜି ସୁନ୍ଦରଗଡ ଆସୁଛନ୍ତି ଦୁଇ ମନ୍ତ୍ରୀ ।।
ମାଫିଆଙ୍କୁ ଧରିବା ପାଇଁ ସରକାର କରିଛନ୍ତି ଟାର୍ଗେଟ । ଆଜି ସୁନ୍ଦରଗଡ ଆସୁଛନ୍ତି ଦୁଇ ମନ୍ତ୍ରୀ । ଖଣି ମନ୍ତ୍ରୀ ବିଭୁତି ଜେନା ଏବଂ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମସିଂ ଖୁଣ୍ଟିଆ । ସୁନ୍ଦରଗଡ ଗୋପାଳପୁର ରେଞ୍ଜର ବିଭିନ୍ନ ଜଙ୍ଗଲରେ ରହିଥିବା ଚୋରା କୋଇଲା ଖଣିର କରିବେ ତଦନ୍ତ । ସୁନ୍ଦରଗଡ଼ରେ କିଭଳି କୋଇଲା ଲୁଟ୍ ହୋଇଛି, ତାହାର ସତ ପରଖିବେ । ବେଆଇନ ଭାବେ କେତେ ଖଣି ଖୋଳା ଯାଇଛି, କେତେ ପରିମାଣର କୋଇଲା ଚୋରି ହୋଇଛି, ତା’ର ଅନୁଧ୍ୟାନ କରିବା ସହ ଖଣି ବିଭାଗ ଓ ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରିବେ । ସୁନ୍ଦରଗଡ଼ରେ ଖଣି ଚୋରି ବଢୁଥିବାବେଳେ ଗତ କିଛି ଦିନ ହେଲା ଖଣି, ରାଜସ୍ବ ଓ ପୋଲିସ ବିଭାଗର ମାରାଥନ ରେଡ କରୁଛନ୍ତି । ତେବେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ହେମଗିରିକୁ ଆସି ସେଠାରୁ ଗୋପାଳପୁରର ତେଲେନଡ଼ିହି, ରତନସରା, ଓ ଭୋଗ୍ରାକଚ୍ଛା କୁ ଯାଇ ଦେଖିବେ ଚୋରା ଖଣି । କିଭଳି ସୁନ୍ଦରଗଡ଼ରେ ରାଜ୍ୟର ସବୁଠାରୁ ବଡ଼ କୋଇଲା ସ୍କାମ ହୋଇଛି ତାହାର ସତ ଦେଖିବେ ମନ୍ତ୍ରୀ ।
