ଦୁଇ ଦିନରେ +୨ ରେଜଲ୍ଟ । 

ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ୨୦୨୫-୨୬ ଶିକ୍ଷାବର୍ଷରେ ସ୍ନାତକ(+୩)ରେ ନାମଲେଖା ପାଇଁ ଆବେଦନ ଆଜି ଶେଷ ହେବ। ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ଛାତ୍ରଛାତ୍ରୀ ପାଠ ପଢିବେ। ମେ’ ୨୧ ଏବଂ ୨୨ ଦୁଇଦିନ ଆବେଦନ ପତ୍ର ଏଡିଟ୍‌ କରିବାର ସୁଯୋଗ ପାଇବେ ଆବେଦନକାରୀ। +୨ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ପରବର୍ତ୍ତୀ ସମୟରେ ମାର୍କସିଟ୍‌ ଦାଖଲ, ମେଧା ତାଲିକା ସହ ଅନ୍ୟ ତାରିଖ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯିବ। ଅନ୍ୟପକ୍ଷେ ଦିନେ ଦୁଇ ଦିନ ଭିତରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ଆଉ ବିଳମ୍ବ ହେବନି, ଛାତ୍ରଛାତ୍ରୀ ବ୍ୟସ୍ତ ହୁଅନ୍ତୁ ନାହିଁ’ ।

You might also like