ରାଜ୍ୟର ସମସ୍ତ ଚାଷୀଙ୍କ ତଥ୍ୟ ସରକାରଙ୍କ ପାଖରେ ରହିବ। 

ରାଜ୍ୟର ସମସ୍ତ ଚାଷୀଙ୍କ ତଥ୍ୟ ସରକାରଙ୍କ ପାଖରେ ରହିବ। ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ଏହି ଫାର୍ମର ରେଜିଷ୍ଟ୍ରି(ଚାଷୀ ପଞ୍ଜିକା) ପ୍ରସ୍ତୁତ ନିମନ୍ତେ ଜାନୁୟାରୀ ପହିଲାରୁ ପ୍ରତି ପଂଚାୟତରେ କ୍ୟାମ୍ପ(ଶିବିର) ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ପ୍ରତ୍ୟେକ ଚାଷୀଙ୍କୁ ୧୪ଟିକିିଆ ନମ୍ବର ବିଶିଷ୍ଟ ସ୍ୱତନ୍ତ୍ର ଆଇଡି ନମ୍ବର ଓ କାର୍ଡ ମିଳିବ । ଯାହାମାଧ୍ୟମରେ ଚାଷୀଙ୍କ ଚିହ୍ନଟ ହେବା ସହ ତାଙ୍କୁ ସିଧାସଳଖ ସରକାରଙ୍କ ସବୁ ସୁବିଧା ଓ ଯୋଜନାର ଲାଭ ମିଳିପାରିବ । ଏଥିରେ ପ୍ରତ୍ୟେକ ଚାଷୀଙ୍କୁ ୧୪ ଟିକିିଆ ନମ୍ବର ବିଶିଷ୍ଟ ସ୍ବତନ୍ତ୍ର ଆଇଡି ନମ୍ବର ଓ କାର୍ଡ ମିଳିବ।

ଏହାଦ୍ୱାରା ଚାଷୀଙ୍କ ଚିହ୍ନଟ ହେବା ସହ ସେମାନଙ୍କୁ ସିଧାସଳଖ ସରକାରଙ୍କ ସମସ୍ତ ସୁବିଧା ଓ ଯୋଜନାର ଲାଭ ମିଳିପାରିବ। ଚାଷୀ ସହାୟତା ବାଟମାରଣାରେ ପୂର୍ଣ୍ଣଚ୍ଛେଦ ପଡ଼ିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପିଏମ୍‌-କିଷାନ, ପ୍ରଧାନମନ୍ତ୍ରୀ ଫସଲବୀମା, ସିଏମ୍‌-କିଷାନ, ଫସଲ ଋଣ, ଅନ୍ୟାନ୍ୟ ସମସ୍ତ କୃଷି ସବ୍‌ସିଡିକୁ ପାରଦର୍ଶିତାର ସହ ପ୍ରଦାନ ନିମନ୍ତେ ଏହି ଡିଜିଟାଲ ଡାଟାବେସ୍‌ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।

You might also like