ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ପରଲୋକ
ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ପରଲୋକ ଘଟିଛି । ୯୦ ବର୍ଷ ବୟସରେ ଶ୍ୟାମ ବେନେଗଲଙ୍କ ପରଲୋକ ଘଟିଛି । ବୟସାଧିକ କାରଣରୁ ଦୀର୍ଘଦିନରୁ ସେ ଅସୁସ୍ଥ ଥିଲେ । ଡିସେମ୍ବର ୧୪ରେ ୯୦ତମ ଜନ୍ମଦିନ ପାଳନ କରିଥିଲେ ଏହି ନିର୍ଦ୍ଦେଶକ। ସିନେମା ଜଗତରେ ଅଦ୍ଭୁତପୂର୍ବ ଯୋଗଦାନ ପାଇଁ ବେନେଗଲଙ୍କୁ ପଦ୍ମଶ୍ରୀ ଓ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ଅଙ୍କୁର, ନିଶାନ୍ତ, ମନ୍ଥନ, ଭୂମିକା, ମଣ୍ଡି ତାଙ୍କର ପ୍ରସିଦ୍ଧ ଚଳଚ୍ଚିତ୍ର । ତାଙ୍କ ପରଲୋକରେ ସିନେମା ଜଗତରେ ଦୁଃଖର ଲହରୀ ଖେଳିଯାଇଛି ।ଭାରତୀୟ ସିନେମାରେ ନସିରୁଦ୍ଦୀନ ଶାହ, ଅମରେଶ ପୁରୀ, ସ୍ମିତା ପାଟିଲ, ଓମ ପୁରୀ ଓ ଶବାନା ଆଜମୀଙ୍କ ପରି ବିଶିଷ୍ଟ ତାରକାଙ୍କୁ ପରିଚୟ ଦେଇଥିବା ଶ୍ୟାମଙ୍କୁ ଦାଦା ସାହେବ ଫାଲେକ ସମ୍ମାନ ମିଳିସାରିଛି।
