ସୁରକ୍ଷା ପାଇଁ ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ

ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ କୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଅଦ୍ଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ଦିନ ପାଖେଇବା ସହ ବଢୁଛି ଉତ୍କଣ୍ଠା । ତେବେ ମ୍ୟାଚ ପାଇଁ ବାରବାଟୀ ଷ୍ଟାଡିୟମକୁ ପାଣି ବୋତଲ ମନା । ଦର୍ଶକମାନେ ପାଣି ବୋତଲ ନେଇ ଷ୍ଟାଡିୟମକୁ ଯାଇପାରିବେ ନାହିଁ । ଷ୍ଟାଡିୟମକୁ ଫିଙ୍ଗିବା ଆଦି ସାମଗ୍ରୀ ଉପରେ କଟକଣା ରହିଛି । ସୁରକ୍ଷା ପାଇଁ ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ । ଆଜି ଭାରତ ଓ ଇଂଲଣ୍ଡ କ୍ରିକେଟ ଟିମ ଭୁବନେଶ୍ୱରରେ ପହଞ୍ଚିବେ ।

ଏୟାରପୋର୍ଟଠୁ ହୋଟେଲ ଯାଏ ସୁରକ୍ଷା କଡ଼ାକଡ଼ି କରାଯାଇଛି ବୋଲି କହିଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ । ଅନ୍ୟପଟେ ବାରବାଟୀ ମ୍ୟାଚ୍ ପାଇଁ ଟିକେଟ କଳାବଜାରୀ କରି 7 ଜଣ ଗିରଫ ହୋଇଛନ୍ତି । 3 ଜଣଙ୍କୁ ଗିରଫ କରିଛି ଦରଘା ବଜାର ଥାନା ପୋଲିସ । ଅନ୍ୟ 4 ଜଣଙ୍କୁ ଗିରଫ କରିଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ । 7 ଜଣଙ୍କୁ ଗିରଫ ସହ 30 ହଜାର ଟଙ୍କା ଜବତ କରିଛି ପୋଲିସ । ଡିଲ୍ ବେଳେ ମାଡ଼ି ବସିଲା ସାଦା ପୋଷାକଧାରୀ ପୋଲିସ ।

You might also like