ଅନୈତିକ ସମ୍ପର୍କରୁ ହତ୍ୟା ଅଭିଯୋଗ
ଅନୈତିକ ସମ୍ପର୍କରୁ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ରାୟଗଡା ଜିଲ୍ଲା ରାମନାଗୁଡ଼ା ଥାନା କରଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଜଣେ ମହିଳାଙ୍କୁ କାଠ ଫାଳିଆରେ ମାରି ହତ୍ୟା କରାଯାଇଛି ।ମୃତ ମହିଳା ଜଣକ କରଡା ଗ୍ରାମର ରଞ୍ଜିତା କଣ୍ଡାଗିରି(୨୫) ବୋଲି ଜଣାପଡ଼ିଛି। ହତ୍ୟାକାଣ୍ଡରେ ସଂମ୍ପୃକ୍ତି ଅଭିଯୋଗରେ ରାମନାଗୁଡ଼ା ପୁଲିସ୍ ତିନି ଜଣକୁ ଅଟକ ରଖି ପଚରାଉଚୁରା କରୁଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମର ସହାୟତାରେ ତଦନ୍ତ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି।ସୂଚନାଯୋଗ୍ୟ ଯେ, ବାଙ୍ଗୀ ଗାଁର ଯୁବକ ପୂର୍ବରୁ ବିବାହ କରିଥିଲେ । ଅନ୍ୟପଟେ ଅନ୍ୟ ଜଣେ ମହିଳାଙ୍କୁ ମଧ୍ୟ ଭଲ ପାଉଥିଲେ । ଯୁବକ ଜଣଙ୍କ ଯାହାକୁ ବିବାହ କରିଛନ୍ତି ସେହି ମହିଳା ଜଣକ ଏ ବିଷୟ ଜାଣିବା ପରେ ତାଙ୍କ ମା’, ବଡ ଭାଇ ଓ ମହିଳାଙ୍କ ଭାଇଙ୍କୁ ଅବଗତ କରିଥିଲେ । ଏମାନେ ୩ ଜଣ ଗୁରୁବାର ଯୁବକଙ୍କ ସହ ଅନୈତିକ ସମ୍ପର୍କରେ ଥିବା କରଡା ଗାଁର ମହିଳାଙ୍କ ନିକଟକୁ ଯାଇଥିଲେ । ସେଠାରେ ସେମାନେ ମହିଳାଙ୍କୁ ଆକ୍ରମଣ କରିଥିଲେ । କାଠଫାଳିଆରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ମହିଳା ଜଣଙ୍କ ଟଳିପଡିଥିଲେ ।ଆଜି ରଞ୍ଜିତାଙ୍କ ମୃତଦେହକୁ ପୁଲିସ୍ ଜବତ ପରେ ଗୁଣୁପୁର ଉପଖଣ୍ଡସ୍ତରିୟ ମେଡିକାଲକୁ ବ୍ୟବଛେଦ ପାଇଁ ଆଣିଛି। ଅନ୍ୟପଟେ ତିନିଜଣକୁ ପୋଲିସ୍ ଅଟକ ରଖି ପଚରାଉଚୁରା କରୁଛି ଓ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।
