ଓୟୋ ହୋଟେଲରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ
ରାଜଧାନୀ ଭୁବନେଶ୍ଵରରେ ଓୟୋ ହୋଟେଲରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ତନାଘନା ଆରମ୍ଭ । ପୁରୁଷବନ୍ଧୁଙ୍କୁ ଅଟକ ରଖିଲା ଖଣ୍ଡଗିରି ଥାନା ପୋଲିସ । ମୃତକଙ୍କ ପରିଚୟ ନୟାଗଡ଼ ଜିଲ୍ଲାର ସୋନାଲୀ ମହାପାତ୍ର ବୋଲି ଜଣାପଡ଼ିଛି। ଖଣ୍ଡଗିରି ପୋଲିସ ଘଟଣାସ୍ଥଳରୁ ତାଙ୍କର ରକ୍ତମୁଖର ଶବ ଉଦ୍ଧାର କରିଛି।ଘଟଣା ସମୟରେ ସୋନାଲୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ହୋଟେଲ ରୁମରେ ଥିଲେ, ଯିଏ ତାଙ୍କର ହେବାକୁ ଥିବା ସ୍ୱାମୀ ବୋଲି କୁହାଯାଉଛି। ଉଭୟଙ୍କର ଆଗାମୀ ମାସରେ ବିବାହ ହେବାର ଯୋଜନା ଥିଲା। ସେପଟେ ଦୁହିଁଙ୍କ ଭିତରେ ଗଣ୍ଡଗୋଳ ପରେ ଯୁବତୀ ଜଣଙ୍କ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ । ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ ଅଧିକ ତଦନ୍ତ ଚାଲିଛି।
