ଟାୱାର ଉପରେ ୬ ଘଣ୍ଟା ଧରି ଯୁବକଙ୍କ ହାଇଡ୍ରାମା ।
ଟାୱାର ଉପରେ ୬ ଘଣ୍ଟା ଧରି ଯୁବକଙ୍କ ହାଇଡ୍ରାମା । ୧୦୦ ଫୁଟ ଇଲେକ୍ଟ୍ରି ଟାୱାର ଉପରେ ଚଢି ଜୀବନ ହାରିବାକୁ ଧମକ ଦେଲେ ଯୁବକ । ସୂଚନାମୁତାବକ ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅର୍ନ୍ତଗତ ଖମାରମୁଣ୍ଡା ଗାଁ ନିକଟ ଏକ ହାଇଭୋଲ୍ଟେଜ୍ ବିଦ୍ୟୁତ୍ ଟାଓ୍ବାର ଉପରକୁ ଗାଁର ସିଦ୍ଧେଶ୍ୱର ଭୋଇ (୩୨) ସକାଳ ୮ ରେ ଚଢ଼ି ଯାଇଥିଲେ। ଗାଁ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ, ଦମକଳବାହିନୀ, ଜଙ୍ଗଲ ବିଭାଗ ଓ ପୁଇନ୍ତଳା ତହସିଲଦାର ଘଟଣାସ୍ଥଳରେ ପହଞ୍ଚିଥିଲେ। ବିଦ୍ୟୁତ୍ ଟାଓ୍ବାର ଉପରୁ ଓହ୍ଲାଇବାକୁ ତାଙ୍କୁ କୁହାଯାଉଥିଲେ ମଧ୍ୟ ସେଠାରୁ ଓହ୍ଲାଉ ନ ଥିଲେ। ମଝିରେ ମଝିରେ ତାରକୁ ଧରି ଝୁଲି ପଡୁଥିଲେ। ତେବେ କଣ ପାଇଁ ସେ ଏପରି କରିଛନ୍ତି ଜଣାପଡିନାହିଁ । ପୂର୍ବରୁ ବି ଥରେ ଏଭଳି କାଣ୍ଡ ଭିଆଇଥିଲେ ଯୁବକ।
ସେହିପରି ଗତକିଛି ଦିନ ତଳେ କେନ୍ଦୁଝରରେ ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଥିଲା । ୧୩୨ଫୁଟ୍ ଉଚ୍ଚ ବିଦ୍ୟୁତ୍ ଟାୱାର ଉପରେ ଚଢି ଶୋଇଲେ ଯୁବକ । ଯାହା ଫଳରେ ନାକେଦମ୍ ହୋଇଥିଲେ ଲୋକେ । ତେବେ ଆଜି ଟାୱାର ଉପରେ ଚଢି ଥିବା ଯୁବକକୁ ଦୁଇ ଜଣ କର୍ମଚାରୀ ଟାଓ୍ବାର ଉପରକୁ ଯାଇ ବୁଝାଶୁଝା କରିବା ପରେ ଦୀର୍ଘ ୬ଟା ପରେ ସେ ତଳକୁ ଓହ୍ଲାଇଥିଲେ। ତାକୁ ଫାୟାର କର୍ମଚାରୀମାନେ ତଳକୁ ଓହ୍ଲାଇବା ପୂର୍ବରୁ କାବୁ କରିନେଇଥିଲେ। ପୋଲିସ ଯୁବକଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ନେଇ ସାସ୍ଥ୍ୟ ପରୀକ୍ଷା କରିଥିବା ଜଣାପଡ଼ିଛି।
