ଯଦି ଆପଣ ୟୁଟ୍ୟୁବରେ ଭିଡିଓ ଅପଲୋଡ୍ କରୁଛିନ୍ତି ତେବେ ସାବଧାନ ହୋଇଯାନ୍ତୁ।
କମ୍ପାନୀ YouTubeର ନୀତି ଉଲ୍ଲଂଘନ କରୁଥିବା ଭିଡିଓ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କମ୍ପାନୀ ତା’ର ରିପୋର୍ଟରେ କହିଛି ଯେ ଗତ ବର୍ଷ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ, YouTubeର ସମ୍ପ୍ରଦାୟ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରୁଥିବା ୨୯ ଲକ୍ଷ ଭିଡିଓ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି। ଏହା ବିଶ୍ୱର କୌଣସି ଦେଶରେ ହଟାଇବା ଭିଡିଓର ସର୍ବାଧିକ ସଂଖ୍ୟକ।କେବଳ ଭାରତନ ନୁହେଁ ପୂରା ବିଶ୍ୱରେ ଏପରି ବିଭିନ୍ନ ୟୁଟ୍ୟୁବ ଚ୍ୟାନେଲର 95 ଲକ୍ଷ ଭିଡିଓ ଡିଲିଟ କରାଯାଇଛି। ୟୁଟ୍ୟୁବ କମ୍ୟୁନିଟି ଗାଇଡଲାଇନ ବାହାରେ ଯେଉଁମାନେ କଣ୍ଟେଟ ବନାଉଥିଲେ ସେମାନଙ୍କର ଭିଡିଓ ଡିଲିଟ କରାଯାଇଛି ବୋଲି ଜଣାପଡ଼ିଛି।
ୟୁଟ୍ୟୁବରେ କଠୋର କଣ୍ଟେଟ ପୋଲିସି ରହିଛି। ଭିଡିଓରେ ଯଦି କୌଣସି ପ୍ରକାର ହେଟ୍ ସ୍ପିଚ୍ ରହିଥିବ ଏବଂ ଉତ୍ପୀଡ଼ନ, ହିଂସା ଓ ଭୁଲ ତଥ୍ୟ ରହିଥିଲେ ୟୁଟ୍ୟୁବ ଏହାକୁ ଡିଲିଟ କରୁଛି। ଦର୍ଶକଙ୍କ ସୁରକ୍ଷା ନିଶ୍ଚିତ କରିବାକୁ, ୟୁଟ୍ୟୁବ୍ ପ୍ରଥମେ ଗାଇଡଲାଇନ ବାହାରେ ହେଉଥିବା ଭିଡିଓକୁ ଚେକ୍ କରିଥାଏ। ଏଥିପାଇଁ AI- ପାୱାର୍ଡ ଡିଟେକ୍ସନ ସିଷ୍ଚମ ଏବଂ ମାନବ ମୋଡରେଟର୍ ବ୍ୟବହାର କରିଥାଏ ୟୁଟ୍ୟୁବ। ଏହା ଦ୍ୱାରା ୟୁଟ୍ୟୁବ, ଗାଇଡଲାଇନ ବାହାରେ ହୋଇଥିବା ଭିଡିଓକୁ ଡିଲିଟ କରିଥାଏ।
