ଅଚିହ୍ନା ବୟସ୍କ ବ୍ୟକ୍ତି ଙ୍କ ମୃତଦେହ ଧାନ ବିଲରୁ ଉଦ୍ଧାର

କୋଣାର୍କ:-25/10/2025ଅଚିହ୍ନା ବୟସ୍କ ବ୍ୟକ୍ତି ଙ୍କ ମୃତଦେହ ଧାନ ବିଲରୁ ଉଦ୍ଧାର। ଗାଁ ଲୋକେ ବିଲକୁ ଯିବା ସମୟରେ ଦେଖି କୋଣାର୍କ ପୋଲିସ କୁ ଦେଇଥିଲେ ଖଵର। ଘଟଣା ଘଟିଛି କୋଣାର୍କ ଥାନା ଅନ୍ତର୍ଗତ ଅଚ୍ୟୁତପୁର ପଞ୍ଚାୟତ ର ଆଲପୁରୁ ଗ୍ରାମରେ ଖବର ପାଇଁ ଘଟଣା ସ୍ଥଳରେ କୋଣାର୍କ ପୋଲିସ ପହଞ୍ଚି ଶବକୁ ଜବତ କରିଆରମ୍ଭ କରିଛି ତଦନ୍ତ । ହତ୍ୟା କି ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ।ଏବେ ବି ଉକ୍ତ ମୃତ ବ୍ୟକ୍ତି ର ପରିଚୟ ମିଳିନାହିଁ। କୋଣାର୍କ ପୋଲିସ ଶବକୁ ଜବତ କରି ତଦନ୍ତ ଚଳାଇଛନ୍ତି।