ଅଭିନେତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ
ପ୍ରଭାସଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମ ଦେଖାଯାଉ ନାହିଁ । ହଁ, ପ୍ରଭାସଙ୍କ ଅଫିସିଆଲ ଆକାଉଣ୍ଟ ଗାଏବ ହୋଇଯାଇଛି। ଅଭିନେତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ ହୋଇଛି। ତେବେ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଅଭିନେତା ତାଙ୍କ ଆକାଉଣ୍ଟକୁ ନିଷ୍କ୍ରିୟ କରିଛନ୍ତି ନା ତାଙ୍କ ଆକାଉଣ୍ଟ ପ୍ରକୃତରେ ହ୍ୟାକ ହୋଇଛି। ପ୍ରଭାସଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ପ୍ଲାଟଫର୍ମରେ ଦୃଶ୍ୟମାନ ହେଉନାହିଁ, ଯେଉଁ କାରଣରୁ ପ୍ରଶଂସକମାନେ ଅନୁମାନ କରୁଛନ୍ତି ବୋଧହୁଏ ସୁପରଷ୍ଟାରଙ୍କ ଆକାଉଣ୍ଟ ହ୍ୟାକ ହୋଇଛି।
ଏଥି ସହିତ, ପ୍ରଭାସ ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ନିଷ୍କ୍ରିୟ କରିଛନ୍ତି କି ନାହିଁ ତାହା ମଧ୍ୟ ଲୋକଙ୍କ ମନରେ ଆସୁଛି।ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ସାଲାର: ପାର୍ଟ- ୧’ କୁ ଏଠାରେ ପ୍ରମୋଟ୍ କରୁଥିଲେ। ତେବେ ହଠାତ୍ କ’ଣ ହେଲା ଯେ ସେ ଏହି ପଦକ୍ଷେପ ନେଇଥିଲେ? କଣ ଅଭିନେତାଙ୍କ ପାଖ କୌଣସି ବାଧ୍ୟତା ଥିଲା କି? ବା ସେ କିଛି ଅସୁବିଧାରେ ଅଛନ୍ତି କି? ବର୍ତ୍ତମାନ ପ୍ରଶଂସକମାନେ ସୋସିଆଲ ମିଡିଆରେ ଏଭଳି ଅନେକ ପ୍ରଶ୍ନ ପଚାରୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଏ ବାବଦରେ କୌଣସି ଅଫିସିଆଲ୍ ବିବୃତ୍ତି ଦେଇ ନାହାନ୍ତି। କୁହାଯାଉଛି ଯେ ପ୍ରଭାସଙ୍କ ଟିମ୍ ଖୁବ ଶୀଘ୍ର ଅଭିନେତାଙ୍କ ଆକାଉଣ୍ଟରେ କ’ଣ ହୋଇଛି ସେ ବିଷୟରେ ସୂଚନା ଦେଇପାରନ୍ତି।
