ଅମିତାଭ ବଚ୍ଚନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଖୀ ବାନ୍ଧିବା ପାଇଁ ବିଗ୍ ବି’ ଅମିତାଭ ବଚ୍ଚନଙ୍କ ‘ଜଲ୍ସା’ଘରେ ପହଞ୍ଚିଥିଲେ।ବଲିଉଡ୍ ଷ୍ଟାର୍ ଅମିତାଭ ବଚ୍ଚନଙ୍କ ହାତରେ ରାକ୍ଷୀ ବାନ୍ଧିବା ପରେ ଅମିତାଭ ବଚ୍ଚନ ମୋ ପାଇଁ ଭାରତ ରତ୍ନ କହିଛନ୍ତି |ମୁଁ ଏହି ପରିବାରକୁ ବହୁତ ଭଲ ପାଏ। ସେମାନେ ଭାରତର ଏକ ନମ୍ବର ପରିବାର ଏବଂ ବହୁ ଅବଦାନ ଦେଇଛନ୍ତି। ମୁଁ ସେମାନଙ୍କୁ ଦୁର୍ଗା ପୂଜା ଏବଂ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଭାଗ ନେବାକୁ ମଧ୍ୟ ନିମନ୍ତ୍ରଣ କରିଛି। ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ବୈଠକରେ ଯୋଗ ଦେବାକୁ ମମତା ବର୍ତ୍ତମାନ ମୁମ୍ବାଇରେ ଅଛନ୍ତି। ଆଜି ରାକ୍ଷୀ ପୂର୍ଣ୍ଣିମା ଥିବାରୁ ମମତା ବଚ୍ଚନଙ୍କ ଘରକୁ ଯାଇ ତାଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି।
