ଆଇଏଫଏଫଆଇରେ ପ୍ରତିଷ୍ଠିତ ପୁରସ୍କାରରେ ସମ୍ମାନିତ ହେବେ ଏହି ହଲିଉଡ଼ ଅଭିନେତା

 ଗୋଆରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ଲୋକପ୍ରିୟ ହଲିଉଡ ଅଭିନେତା ମାଇକେଲ ଡଗଲାସଙ୍କୁ ସତ୍ୟଜିତ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯିବ। ଏନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର।ଅନୁରାଗ ଠାକୁର ଏକ୍ସ(ଟ୍ୱିଟର)ରେ ଏକ ପୋଷ୍ଟ ଶେୟାର କରିଛନ୍ତି।

ଅନୁରାଗ ଏହି ପୋଷ୍ଟରେ ଲେଖିଛନ୍ତି, ‘‘ମୋତେ ଏହା ଘୋଷଣା କରିବାକୁ ବହୁତ ଖୁସି ଅନୁଭବ ହେଉଛି ଯେ, ପ୍ରଖ୍ୟାତ ହଲିଉଡ଼ ଅଭିନେତା ତଥା ନିର୍ମାତା ମାଇକେଲ ଡଗ୍‌ଲସ୍‌ଙ୍କୁ ୫୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଗୋଆରେ ସମ୍ମାନଜନକ ସତ୍ୟଜିତ ରାୟ ଏକ୍ସିଲେନ୍ସ ଇନ୍‌ ଫିଲ୍ମ ଲାଇଫଟାଇମ୍‌ ପୁରସ୍କାରରେ ସମ୍ମାନିତ କରାଯିବ।’’

You might also like