ଆଇସିଏମଆର ଇଣ୍ଡିଆ EMS ପ୍ରକଳ୍ପ ଏବଂ NSS ବ୍ୟୁରୋ (ଏମସ ଭୁବନେଶ୍ବର) ପୁରୀ ଜିଲ୍ଲାରେ ଦୁଇ ଦିନିଆ ବ୍ଲକ-ସୁରୀୟ ହାତ ଦ୍ବାରା ହୃଦ-ଫୁସଫୁସିୟ ପୁନର୍ଜୀବନର ପ୍ରଣାଳୀ (ସିପିଆର ) ଏବଂ ପ୍ରାଥମିକ ଚିକିତ୍ସା ତାଲିମ ଆୟୋଜନ କରିଛନ୍ତି।
ପୁରୀ, ଓଡ଼ିଶା – ୨୯ ଏପ୍ରିଲ୍, ୨୦୨୫ ,ଓଡିଶା ସରକାରଙ୍କ ସହଯୋଗରେ ଆଇସିଏମଆର -ଇଣ୍ଡିଆ EMS ପ୍ରକଳ୍ପ ଏବଂ NSS ବ୍ୟୁରୋ (AIIMS ଭୁବନେଶ୍ଵର) ଦ୍ବାରା ୨୮ ଏବଂ ୨୯ ଏପ୍ରିଲ୍, ୨୦୨୫ ରେ ଏକ ଦୁଇ ଦିନିଆ ବ୍ଲକ-ସୁରୀୟ ହାତ ଦ୍ବାରା ହୃଦ-ଫୁସଫୁସିୟ ପୁନର୍ଜୀବନର ପ୍ରଣାଳୀ (ସିପିଆର) ଏବଂ ପ୍ରାଥମିକ ଚିକିତ୍ସା ତାଲିମ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହେଇଥିଲା । ପୁରୀ ଜିଲ୍ଲାର ବ୍ରହ୍ମଗିରି ଏବଂ ପୁରୀ ସଦର ବ୍ଲକରେ ଆଗଧାଡ଼ିର ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ଏହି ତାଲିମ ଆୟୋଜନ କରାଯାଇଥିଲା। ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ଓଡ଼ିଶାର ପୁରୀ ସମେତ ପାଞ୍ଚଟି ଜିଲ୍ଲାରେ ଜରୁରୀକାଳୀନ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ବିକାଶ ପାଇଁ ଏକ ଜାତୀୟ ସ୍ବାସ୍ଥ୍ୟ ଗବେଷଣା ପ୍ରାଥମିକତା (NHRP) ପ୍ରକଳ୍ପ ଆରମ୍ଭ କରିଛି। ଏହି ପ୍ରକଳ୍ପ ଏମ୍ସ ଭୁବନେଶ୍ୱରର ଅତିରିକୁ ପ୍ରଫେସର ଡକ୍ଟର ଅରବିନ୍ଦ କୁମାର ସିଂହଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ସହିତ ମିଳିତ ସହଯୋଗରେ ଏକ ଗବେଷଣା ଦଳ ଦ୍ବାରା ଓଡ଼ିଶାର ପୁରୀ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି,
ପ୍ରଥମ ସ୍ତରର ପ୍ରତିକ୍ରିୟାକାରୀଙ୍କ ସାମୁଦାୟିକ ଚାହିଦା ଏବଂ ତାଲିମ ବୃଦ୍ଧି କରିବା ଲକ୍ଷ୍ୟରେ ୨୮ ଏବଂ ୨୯ ଏପ୍ରିଲ ୨୦୨୫ ରେ ବ୍ରହ୍ମଗିରି ବ୍ଲକ ଏବଂ ପୁରୀ ସଦର ବ୍ଲକର ୪୭ ଜଣ ନର୍ସିଂ ଅଧିକାରୀ, ୧୭ ଜଣ ଫାର୍ମାସିଷ୍ଟ ଏବଂ ୨୦୧ ଜଣ ଆଶାଙ୍କ ଭଳି କର୍ମଚାରୀଙ୍କ ସମେତ ଦୁଇ ଦିନିଆ ବ୍ଲକ ସ୍ତରୀୟ ସିପିଆର ଏବଂ ପ୍ରାଥମିକ ଚିକିତ୍ସା ତାଲିମ ଅନୁଷ୍ଠିତ ହୋଇଥିଲା, ଯେଉଁମାନେ ବର୍ତ୍ତମାନ INDIA-EMS ପ୍ରକଳ୍ପ ଅଧୀନରେ (ସିପିଆର) ଏବଂ ପ୍ରାଥମିକ ଚିକିତ୍ସାରେ ତାଲିମପ୍ରାପ୍ତ ଏବଂ ପ୍ରମାଣିତ ହୋଇଛନ୍ତି। ଏହି ତାଲିମ କାର୍ଯ୍ୟକ୍ରମକୁ ବ୍ରହ୍ମଗିରିର ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ବିଜୟ କୁମାର ବେହେରା, ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପୁରୀର DMO (MS) ଡକ୍ଟର ପବିତ୍ର ମୋହନ ମଲ୍ଲିକ ଉଦଘାଟନ କରିଥିଲେ । ତାଲିମ କାର୍ଯ୍ୟକ୍ରମଟି ଡକ୍ଟର ରୂପଭାନୁ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ଅଧ୍ୟକ୍ଷତାରେ ହେଇଥିଲା । ତାଲିମ ଏମସ୍ ଭୁବନେଶ୍ବରର ବିଶେଷଜ୍ଞଙ୍କ ଏକ ବହୁମୁଖୀ ଦଳ ଦ୍ବାରା ପରିଚାଳିତ ହୋଇଥିଲା: ଡକ୍ଟର ଅରବିନ୍ଦ କୁମାର ସିଂହ (ପ୍ରମୁଖ ତଦନୁକାରୀ-ଇଣ୍ଡିଆଏମଏସ୍ ପ୍ରୋଜେକ୍ଟ), ଡକ୍ଟର ସତ୍ୟବ୍ରତ ଗୁରୁ, ଡକ୍ଟର ପ୍ରିୟମାଧବ ବେହେରା, ଡକ୍ଟର ହେପସି ବାଇ ଯୋସେଫ, ଡକ୍ଟର ସାମ ଜୋସ୍ ଡକ୍ଟର ଆଦିତ୍ୟ ବିକ୍ରମ ପୃଷ୍ଟି ଏବଂ ଡକ୍ଟର ଅମୋଲ ରବି। ଏନଏସଏସ ସ୍ବେଚ୍ଛାସେବକ ଏବଂ ଇଣ୍ଡିଆ-ଇଏମଏସ୍ ପ୍ରକଳ୍ପ ଦଳର ସଦସ୍ୟଙ୍କ ସହାୟତାରେ ତାଲିମ ପ୍ରଭାବଶାଳୀ ଭାବରେ ସମନ୍ବିତ ହୋଇଥିଲା।

ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଜରୁରୀକାଳୀନ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ବିକଶିତ କରିବା। ଏହା ତୃଣମୂଳ ସ୍ତରରେ ଜୀବନ ରକ୍ଷା ପାଇଁ ଲାଭଦାୟକ ହେବ। ବର୍ତ୍ତମାନ, ଜନସଂଖ୍ୟାର ଏକ ବଡ଼ ଅଂଶ ଜରୁରୀକାଳୀନ ସମୟରେ ନିର୍ଦ୍ଦିଷ୍ଟ ଚିକିତ୍ସା ସେବା ଏବଂ ତୁରନ୍ତ ପ୍ରଥମ ପ୍ରତିକ୍ରିୟାକାରୀ ସହାୟତାର ଅଭାବରେ ଅଛି। ଏକ ଅନଲାଇନ୍ ଡାକ୍ତର ପରାମର୍ଶ ପ୍ଲାଟଫର୍ମ ଲାଇବ୍ରେଟର ଏକ ସର୍ଭେ ଅନୁଯାୟୀ, ୯୮% ଭାରତୀୟ ସିପିଆର ରେ ତାଲିମପ୍ରାପ୍ତ ନୁହଁନ୍ତି। ହଠାତ୍ ହୃଦଘାତ ଆକ୍ରମିତ ହେଲେ ଜୀବନ ବଞ୍ଚାଇବା ପାଇଁ ଏହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଏବଂ ମୌଳିକ ପ୍ରକ୍ରିୟା। ଆସନ୍ତା ରଥଯାତ୍ରା ପରିପ୍ରେକ୍ଷୀରେ, ଆଗୁଆ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ସିପିଆର ଏବଂ ପ୍ରାଥମିକ ଚିକିତ୍ସା ତାଲିମ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ସେମାନଙ୍କୁ ଜରୁରୀକାଳୀନ ସମୟରେ ପ୍ରଭାବଶାଳୀ ପ୍ରଥମ ପ୍ରତିକ୍ରିୟାକାରୀ ଭାବରେ କାର୍ଯ୍ୟ କରିବାକୁ ସକ୍ଷମ କରିବ । INDIA-EMS ପ୍ରକଳ୍ପର ଅଂଶ ସ୍ବରୂପ, ପୁରୀ ଜିଲ୍ଲାର ସମସ୍ତ 11ଟି ବ୍ଲକରେ ସମ୍ଭାବ୍ୟ ପ୍ରଥମ ପ୍ରତିକ୍ରିୟାକାରୀଙ୍କୁ ତାଲିମ ଏବଂ ପ୍ରମାଣପତ୍ର ଦେବା ପାଇଁ ଯୋଜନା ଚାଲିଛି। ଏଥିରେ ମନ୍ଦିର, ହୋଟେଲ, ବସ୍ ଷ୍ଟପ୍ ସମୁଦ୍ର ବେଳାଭୂମି ଏବଂ ରେଳ ଷ୍ଟେସନ ଭଳି ଅଧିକ ଟ୍ରାଫିକ୍ ଥିବା ସାର୍ବଜନୀନ ସ୍ଥାନରେ କାମ କରୁଥିବା ବ୍ୟକ୍ତିବିଶେଷ ଅନୁର୍ଭୁକ୍ତ – ପ୍ରମୁଖ ସ୍ଥାନ ଯେଉଁଠାରେ ଦ୍ରୁତ ଜରୁରୀକାଳୀନ ପ୍ରତିକ୍ରିୟା ଏକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଆଣିପାରେ।
